Close

    ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପାଇଁ ଭିଜନ ଡକ୍ୟୁମେଣ୍ଟ

    Publish Date: November 6, 2023
    Vision_Document_final-1

    ସୁପ୍ରିମ୍ କୋର୍ଟଙ୍କ ଇ-କମିଟି ‘ଭାରତୀୟ ନ୍ୟାୟପାଳିକାରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି)ର କାର୍ଯ୍ୟକାରିତା ପାଇଁ ଜାତୀୟ ନୀତି ଓ କାର୍ଯ୍ୟ ଯୋଜନା-୨୦୦୫’ ଅଧୀନରେ ପରିକଳ୍ପିତ ଇ-କୋର୍ଟ ପ୍ରକଳ୍ପର କାର୍ଯ୍ୟକାରିତା ତଦାରଖ କରୁଛି। ଏହା ହେଉଛି ନ୍ୟାୟ ବିଭାଗ ଦ୍ୱାରା ପରିଚାଳିତ ମିଶନ ମୋଡ୍ ପ୍ରକଳ୍ପ ।

    ଗତ ପନ୍ଦର ବର୍ଷ ମଧ୍ୟରେ ଇ-କମିଟି ନିଜର ଭୂମିକା ଓ ଦାୟିତ୍ୱ ଦୃଷ୍ଟିରୁ ବିକଶିତ ହୋଇଛି। ଇ-କମିଟିର ଉଦ୍ଦେଶ୍ୟ ଗୁଡ଼ିକ ହେଲା:
    • ଦେଶର ସମସ୍ତ ଅଦାଲତକୁ ସଂଯୋଗ କରିବା ।
    • ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଆଇସିଟି ସକ୍ଷମତା ।
    • ନ୍ୟାୟିକ ଉତ୍ପାଦକତା ବୃଦ୍ଧି।
    • ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଲଭ, ଶସ୍ତା, ସ୍ୱଚ୍ଛ ଏବଂ ଉତ୍ତରଦାୟୀ କରିବା ।
    • ନାଗରିକ କେନ୍ଦ୍ରୀତ ସେବା ଯୋଗାଇବା ।

    ଦ୍ବିତୀୟ ପର୍ଯ୍ୟାୟ ଖୁବ୍ ଶୀଘ୍ର ଶେଷ ହେବାକୁ ଥିବାରୁ ତୃତୀୟ ପର୍ଯ୍ୟାୟ ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି। ଏହି ଭିଜନ ଡକ୍ୟୁମେଣ୍ଟରେ ଇ-କୋର୍ଟପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ଅଦାଲତମାନଙ୍କ ପାଇଁ ଏକ ସମାବେଶୀ, ଚତୁର, ଖୋଲା ଏବଂ ଉପଭୋକ୍ତା-କେନ୍ଦ୍ରୀତ ଦୃଷ୍ଟିକୋଣର ରୂପରେଖ ଦିଆଯାଇଛି ।

    ତୃତୀୟ ପର୍ଯ୍ୟାୟରେ ଡିଜିଟାଲ ଅଦାଲତ ପରିକଳ୍ପନା କରାଯାଇଛି ଯାହା କେବଳ ଅଫଲାଇନ ପ୍ରକ୍ରିୟାକୁ ଡିଜିଟାଲ ଭାବରେ ନକଲ କରିବା ବ୍ୟତୀତ ସମସ୍ତଙ୍କ ପାଇଁ ଏକ ସେବା ଭାବରେ ନ୍ୟାୟ ପ୍ରଦାନ କରେ | ତେଣୁ ନ୍ୟାୟପାଳିକାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଗାନ୍ଧିବାଦୀ ଚିନ୍ତାଧାରାର କେନ୍ଦ୍ରୀୟ ଦୁଇଟି ଦିଗ ଦ୍ୱାରା ପରିଚାଳିତ ହୋଇଥାଏ- ପ୍ରବେଶ ଏବଂ ଅନ୍ତର୍ଭୁକ୍ତୀକରଣ । ଏହାବ୍ୟତୀତ ବିଶ୍ୱାସ, ସହାନୁଭୂତି, ସ୍ଥାୟୀତା ଏବଂ ସ୍ୱଚ୍ଛତାର ମୂଳ ମୂଲ୍ୟବୋଧ ପ୍ରତିଷ୍ଠା ଦୃଷ୍ଟିକୋଣ ହାସଲ କରିବା ପାଇଁ ଗାର୍ଡରାଇଲ ପ୍ରଦାନ କରିଥାଏ ।

    ପ୍ରକଳ୍ପର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିବା ଅଗ୍ରଗତିକୁ ଆଧାର କରି ଏହି ଦସ୍ତାବିଜରେ (କ) ପ୍ରକ୍ରିୟାକୁ ସରଳ କରିବା, (ଖ) ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ଏବଂ (ଗ) ବିଭିନ୍ନ ସ୍ତରରେ ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟାଳୟ ଭଳି ସଠିକ ସଂସ୍ଥାଗତ ଏବଂ ପ୍ରଶାସନିକ ଢାଞ୍ଚା ପ୍ରତିଷ୍ଠା କରାଯାଇ ନ୍ୟାୟପାଳିକାକୁ ଉପଯୁକ୍ତ ଜ୍ଞାନକୌଶଳ ବ୍ୟବହାର କରିବାରେ ସକ୍ଷମ କରିବାର ଆବଶ୍ୟକତା ଦର୍ଶାଯାଇଛି। ତୃତୀୟ ପର୍ଯ୍ୟାୟ ପାଇଁ ଡିଜିଟାଲ ଭିତ୍ତିଭୂମି ଓ ସେବା ଯୋଗାଇଦେବା ପାଇଁ ଏହା ମୁଖ୍ୟ ଲକ୍ଷ୍ୟ ରଖିଛି।

    ଏହି ଭିଜନ ଡକ୍ୟୁମେଣ୍ଟରେ ଟେକ୍ନୋଲୋଜି ପାଇଁ ଏକ ପ୍ଲାଟଫର୍ମ ଆର୍କିଟେକ୍ଚର ପରିକଳ୍ପନା କରାଯାଇଛି ଯାହା ବିଭିନ୍ନ ଡିଜିଟାଲ ସେବାକୁ ସମୟ କ୍ରମେ ଅଧିକ ବିକଶିତ କରିବାରେ ସକ୍ଷମ କରିବ । ଏହା ଏକ ଇକୋସିଷ୍ଟମ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ମଧ୍ୟ ଡିଜାଇନ୍ କରାଯାଇଛି ଯାହା ଏହି ଭବିଷ୍ୟତକୁ ସାକାର କରିବା ପାଇଁ ନାଗରିକ ସମାଜର ନେତା, ବିଶ୍ୱବିଦ୍ୟାଳୟ, ପ୍ରାକ୍ଟିସନର ଏବଂ ଟେକ୍ନୋଲୋଜିଷ୍ଟଙ୍କ ପରି ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ବିଦ୍ୟମାନ କ୍ଷମତାର ଉପଯୋଗ କରେ ।

    ଭିଜନ ଡକ୍ୟୁମେଣ୍ଟ ପଢିବାକୁ ଏଠାରେ କ୍ଲିକ୍ କରନ୍ତୁ