ଇ-କମିଟି ସମ୍ପର୍କରେ
ଭାରତର ନ୍ୟାୟିକ ବ୍ୟବସ୍ଥା ଦ୍ଵାରା ଗ୍ରହଣ କରାଯାଇଥିବା ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ICT) ପଦକ୍ଷେପକୁ ପ୍ରଦର୍ଶିତ କରୁଥିବା ମୁଖଶାଳାକୁ ଭାରତର ଉଚତମ ନ୍ୟାୟାଳୟଙ୍କ ଇ-କମିଟି ଆପଣଙ୍କୁ ସ୍ଵାଗତ କରୁଛନ୍ତି। ଇ-କମିଟି ହେଉଛନ୍ତି ଏକ ନିୟନ୍ତ୍ରକ ସମିତି ଯାହାଙ୍କ ଉପରେ “ଭାରତୀୟ ନ୍ୟାୟପାଳିକାରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ର କାର୍ଯ୍ୟକାରୀ ପାଇଁ ଜାତୀୟ ନୀତି ତଥା କାର୍ଯ୍ୟ ଯୋଜନା-୨୦୦୫” ଦ୍ଵାରା ଅବଧାରିତ ଇ-କୋର୍ଟ୍ ଯୋଜନା ର ତତ୍ତ୍ବାବଧାନ କରିବା ଦାୟିତ୍ଵ ନ୍ୟସ୍ତ କରାଯାଇଛି । ଇ-କୋର୍ଟ୍ ହେଉଛି ଏକ ସର୍ବ ଭାରତୀୟ ପ୍ରକଳ୍ପ ଯାହା ନ୍ୟାୟ ବିଭାଗ, ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ଵାରା ଅନୁଦାନ ପ୍ରାପ୍ତ ଏବଂ ତଦାରଖଯୋଗ୍ୟ। ଅଦାଲତ ମାନଙ୍କୁ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ଆଇ.ସି. ଟି.) ମାଧ୍ୟମରେ ସମର୍ଥକରାଇ ଦେଶର ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ହେଉଛି ଏହାର ଲକ୍ଷ୍ୟ ।
ପ୍ରକଳ୍ପ – ଏକ ଦୃଷ୍ଟିପାତ
- “ଇ-କୋର୍ଟ୍ ପ୍ରକଳ୍ପ ମକଦ୍ଦମାକାରୀଙ୍କର ସନନ୍ଦ” ଅନୁଯାୟୀ ଦକ୍ଷ ଏବଂ ନିର୍ଦ୍ଧିଷ୍ଟ ସମୟସୀମା ବିଶିଷ୍ଟ ନାଗରିକ କୈନ୍ଦ୍ରିକ ସେବା ଯୋଗାଇବା ।
- ଅଦାଲତ୍ ରେ ଦକ୍ଷ ନ୍ୟାୟ ପ୍ରଦାନ ପ୍ରଣାଳୀର ବିକାଶ, ସଂସ୍ଥାପନ ଏବଂ କାର୍ଯ୍ୟକାରିତା ।
- ଏହାର ଅଂଶୀଦାରମାନଙ୍କ ପାଇଁ ସୂଚନାର ସୁଗମତାକୁ ସୁଲଭ କରୁଥିବା ପ୍ରକ୍ରିୟା ଗୁଡିକୁ ସ୍ୱୟଂଚାଳିତ କରିବା ।
- ଉଭୟ ଗୁଣାତ୍ମକ ଏବଂ ପରିମାଣାତ୍ମକ ଭାବରେ ନ୍ୟାୟିକ ଉତ୍ପାଦକତା ବୃଦ୍ଧି ପାଇଁ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଗମ, ମିତବ୍ୟୟୀ, ନିର୍ଭରଯୋଗ୍ୟ ଏବଂ ସ୍ବଚ୍ଛ କରିବା ।