Close

    ୱେବସାଇଟ୍ ନୀତି

    ବ୍ୟବହାର ସର୍ତାବଳୀ

    ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଇ-କମିଟି ଏହି ୱେବସାଇଟର ବିଷୟବସ୍ତୁ ପରିଚାଳନା କରୁଛନ୍ତି । ଯଦିଓ ଏହି ୱେବସାଇଟରେ ବିଷୟବସ୍ତୁର ସଠିକତା ଏବଂ ପ୍ରଚଳନ ନିଶ୍ଚିନ୍ତ କରିବାକୁ ସବୁପ୍ରକାରର ପ୍ରୟାସ କରାଯାଉଛି କିନ୍ତୁ ଏହାକୁ ଆଇନର ବିବୃତି ହିସାବରେ ଧରାଯିବା ବା କୌଣସି ଆଇନଗତ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ ନୁହେଁ।

    କୌଣସି ଘଟଣାକ୍ରମରେ ଏହି ପୋର୍ଟାଲ୍ ବ୍ୟବହାର ଯୋଗୁଁ ବା ଏହାର ସଂଯୁକ୍ତତା ଯୋଗୁଁ ହୋଇଥିବା କୌଣସି ପ୍ରକାରର ଖର୍ଚ୍ଚ, କ୍ଷତି ବା ଲୋକସାନ (ଅସୀମିତ), ପରୋକ୍ଷ କିମ୍ବା ପରିଣାମଗତ କ୍ଷତି, ହାନି କିମ୍ବା କୌଣସି ଖର୍ଚ୍ଚ, ବ୍ୟବହାର ଜନିତ କୌଣସି କ୍ଷତି ବ ହାନି, କିମ୍ବା ବ୍ୟବହାର ନ ହେବା ଯୋଗୁଁ କ୍ଷତି ବା କୌଣସି ତଥ୍ୟ ହାନି ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଇ-କମିଟି ଦାୟୀ ହେବେ ନାହିଁ।
    କେବଳ ଜନସାଧାରଣଙ୍କ ସୁବିଧା ନିମନ୍ତେ ଏହି ପୋର୍ଟାଲ୍ ରେ ଅନ୍ୟ ୱେବସାଇଟ ର ଲିଙ୍କ ମଧ୍ୟ ପ୍ରଦାନ କରାଯାଇଛି। ଏହିପରି ପୃଷ୍ଠା ଗୁଡିକର ଲିଙ୍କ ମାନଙ୍କର ଉପଲବ୍ଧତା ଉପରେ ଆମେ କୌଣସି ପ୍ରକାରର ନିର୍ଭୋରୁକ୍ତି /ଗ୍ୟାରେଣ୍ଟି ଦେଇପାରିବୁ ନାହିଁ।
    ଏହି ସମସ୍ତ ସର୍ତ୍ତାବଳୀ ଏବଂ ନିୟମାବଳୀ ଭାରତୀୟ ଆଇନ ଅନୁସାରେ ପରିଚାଳିତ ହେବ ଏବଂ ଏହି ସର୍ତ୍ତାବଳୀ ଏବଂ ଚୁକ୍ତିନାମାକୁ ନେଇ କୌଣସି ବିବାଦ ହେଲେ ତାହାର ବିଚାର ଭାରତୀୟ ନ୍ୟାୟାଳୟର କାର୍ଯ୍ୟକ୍ଷେତ୍ର ମଧ୍ୟରେ ହେବ।

    ଏକାଧିକାର ସୁରକ୍ଷା ନୀତି

    ଆମକୁ ଏକ ଇମେଲ ପଠାଇ ଉପଯୁକ୍ତ ଅନୁମତି ନେବାପରେ ଏହି ୱେବସାଇଟରେ ଉପଲବ୍ଧ ସମସ୍ତ ତଥ୍ୟକୁ ମାଗଣାରେ ବ୍ୟବହାର କରାଯାଇପାରେ । କିନ୍ତୁ ଏହି ବିଷୟବସ୍ତୁକୁ ସଠିକ ଭାବେ ପ୍ରକାଶିତ କରାଯିବ ଓ କୌଣସି ଭୁଲ ବା ଭ୍ରାନ୍ତିକର ଭାବରେ ଅଥବା ଅପମାନଜନକ ଢଙ୍ଗରେ ବ୍ୟବହାର କରାଯିବ ନାହିଁ । ଯଦି ଏହି ତଥ୍ୟ ଵା ବିଷୟବସ୍ତୁକୁ କୌଣସି ତୃତୀୟ ପକ୍ଷଙ୍କୁ ପ୍ରଦାନ କରାଯିବ ତାହାହେଲେ ଏହା ଯେଉଁ ଉତ୍ସରେ ପ୍ରକାଶ ପାଇଛି ବା ଅନ୍ୟମାନଙ୍କୁ ଦିଆଯାଇଛି, ତାହାର ସଂପୂର୍ଣ୍ଣ ସ୍ଵୀକାରୋକ୍ତି କରାଯିବ। ଅବଶ୍ୟ ଯଦି ଏହା କୌଣସି ତୃତୀୟ ପକ୍ଷର ଏକାଧିକାର ଦ୍ୱାରା ସୁରକ୍ଷିତ ହୋଇଥାଏ ତେବେ ଏହି ବିଷୟବସ୍ତୁ / ତଥ୍ୟର ପୁନଃ ପ୍ରକାଶ ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏପରିକ୍ଷେତ୍ର ରେ ସମ୍ପୃକ୍ତ ବିଭାଗ ଏକାଧିକାର ସୁରକ୍ଷା ଧାରକଙ୍କ ଠାରୁ ଏହାର ପୁନଃ ପ୍ରକାଶ ପାଇଁ ଅନୁମତି ନେଇ ଏହା ପ୍ରାପ୍ତ କରିପାରିବେ ।

    ଗୋପନୀୟତା ନୀତି

    ଏହି ୱେବସାଇଟ ଟି ଆପଣକୁ ବ୍ୟକ୍ତିଗତ ଭାବରେ ଆମେ ଜାଣିବା ଉଦେଶ୍ୟରେ ସ୍ଵୟଂ ଚାଳିତ ଭାବେ ଆପଣଙ୍କଠାରୁ କୌଣସି ବ୍ୟକ୍ତିଗତ ସୂଚନା (ଯେପରିକି ନାମ, ଫୋନ ନମ୍ବର, କିମ୍ବା ଇମେଲ ଠିକଣା ଇତ୍ୟାଦି) ହାସଲ କରେ ନାହି ।

    ଯଦି ୱେବସାଇଟ ଆପଣଙ୍କୁ ବ୍ୟକ୍ତିଗତ ସୂଚନା ଦେବାକୁ ଅନୁରୋଧ କରେ, ତେବେ କେଉଁ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ପାଇଁ ସୁଚନାଟି ମଗାଯାଇଛି ତାହା ଆପଣଙ୍କୁ ଜଣାଇଦିଆଯିବ, ଉଦାହରଣ ସ୍ୱରୂପ : ମତାମତ ଫର୍ମ। ଆପଣଙ୍କ ଦ୍ଵାରା ଦିଆଯାଇଥିବା ବ୍ୟକ୍ତିଗତ ସୂଚନାର ପର୍ଯାପ୍ତ ସୁରକ୍ଷା କରାଯିବ ।

    ଆମେ କୌଣସି ତୃତୀୟ ପକ୍ଷକୁ (ସରକାରୀ / ବେସରକାରୀ) ୱେବସାଇଟରେ ସ୍ଵତଃ ଦିଆଯାଇଥିବା ବ୍ୟକ୍ତିଗତ ଭାବେ ଚିହ୍ନଟ ଯୋଗ୍ୟ ସୂଚନାକୁ ପ୍ରଦାନ ବା ବିକ୍ରୟ କରୁନାହୁଁ । ଏହି ୱେବସାଇଟକୁ ଦିଆଯାଇଥିବା ସୂଚନାର କୌଣସି ପ୍ରକାରର କ୍ଷତି, ଅପବ୍ୟବହାର, ଅନଧିକୃତ ଗ୍ରହଣ କିମ୍ବା ସର୍ବସମକ୍ଷରେ ପ୍ରକାଶ, ପରିବର୍ତ୍ତନ କିମ୍ବା ନଷ୍ଟ / ବିନଷ୍ଟ ହେବାରୁ ସୁରକ୍ଷା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

    ଆମେ ଉପୋଭୋକ୍ତା ବିଷୟରେ ଏହି ସୂଚନା ଯେପରିକି ଇଣ୍ଟରନେଟ ପ୍ରୋଟୋକୋଲ (ଆଇପି) ଠିକଣା, ଡୋମେନର ନାମ, ବ୍ରାଉଜର ପ୍ରକାର, ଅପରେଟିଂ ସିଷ୍ଟମ, ଭ୍ରମଣ/ପରିଦର୍ଶନ ଦିନ ତାରିଖ ଓ ସମୟ ଏବଂ ପରିଦର୍ଶନ କରାଯାଇଥିବା ପ୍ରୁଷ୍ଠା ଗୁଡିକ ସଂଗ୍ରହ କରୁ । ଆମେ ଏହି ପରିଦର୍ଶନ କରାଯାଇଥିବା ଠିକଣା ଗୁଡିକ ସାଥିରେ କୌଣସି ବ୍ଯକ୍ତିର ପରିଚୟ କୁ ଯୋଡିବାକୁ ଚେଷ୍ଟା/ପ୍ରୟାସ କରୁ ନାହୁଁ ଯେପର୍ଯନ୍ତ ପରିଦର୍ଶନ କରୁଥିବା ସାଇଟକୁ ନଷ୍ଟ କରିବାର କୌଣସି ପ୍ରୟାସ କରାଯାଇନାହିଁ ।

    ହାଇପର ଲିଙ୍କ ନୀତି

    ବାହ୍ୟ ୱେବସାଇଟ/ପୋର୍ଟାଲ୍ ସହିତ ଲିଙ୍କ

    ଏହି ୱେବସାଇଟର ଅନେକ ସ୍ଥାନରେ ଆପଣ ଅନ୍ୟ ୱେବସାଇଟ/ପୋର୍ଟାଲ୍ ସହିତ ସଂଯୁକ୍ତ ହେବା ପାଇଁ ଲିଙ୍କ ପାଇବେ । ଏହା ଆପଣଙ୍କ ସୁବିଧା ନିମନ୍ତେ କରାଯାଇଛି । ଆମେ କିନ୍ତୁ କୌଣସି ନିର୍ଭୋରୁକ୍ତି ଦେଇ ପାରିବୁ ନାହିଁ ଯେ ଏହି ସମସ୍ତ ଲିଙ୍କ ସବୁବେଳେ କାର୍ଯ୍ୟକ୍ଷମ ରହିବ କାରଣ ଲିଙ୍କ ହୋଇଥିବା ପୃଷ୍ଠା ଗୁଡିକର ଉପଲବ୍ଧତା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ।

    ଅଭିଲେଖାଗାର ନୀତି

    ରାଜ୍ୟ ସଂସ୍ଥା ୱେବସାଇଟରେ ପ୍ରକାଶିତ ଉକ୍ତ ସଂସ୍ଥା ସମ୍ବନ୍ଧୀୟ ତଥ୍ୟ ଏକ ବିଶେଷ ଧରଣର ବିଷୟବସ୍ତୁ ଅଟେ ଯାହାର କୌଣସି ନିର୍ଦ୍ଧିଷ୍ଟ ସଜୀବତା ନାହିଁ। ତେଣୁ ଏହା ସର୍ବଦା ସକ୍ରିୟ ଏବଂ ୱେବସାଇଟ ମାଧ୍ୟମରେ ସବୁ ସମୟରେ ଉପଲବ୍ଧ ହୋଇପାରିବ । କିନ୍ତୁ କୌଣସି ଘଟଣା, ଟେଣ୍ଡର, ନିଯୁକ୍ତି ଏବଂ ଘୋଷଣା ପରି ବିଭାଗ ଅଧୀନରେ ଥିବା ପ୍ରକାଶିତ ବିଷୟବସ୍ତୁ ର ନିର୍ଦ୍ଧିଷ୍ଟ ଜୀବନକାଳ ରହିଥାଏ ଏବଂ ଏହାର ଦିଆଯାଇଥିବା ଶେଷ ତାରିଖ ପରେ ଏହା ସ୍ଵତଃ ଅନଲାଇନ ଅଭିଲେଖାଗାରକୁ ସ୍ଥାନାନ୍ତରିତ ହେବ (ପ୍ରତ୍ୟକ ବିଷୟବସ୍ତୁ ସହିତ ଉକ୍ତ ଶେଷ ତାରିଖ ପ୍ରଦର୍ଶିତ କରାଯାଇଛି) ।