Close

    ଏନ୍ ଏସ ଟି ଇ ପି

    ପାରମ୍ପରିକ ପଦ୍ଧତି ଦ୍ଵାରା ନୋଟିସ / ସମନ କୁ ଜାରି କରିବାର ବ୍ୟବସ୍ଥା ପ୍ରାୟତଃ ମାମଲା ଗୁଡିକ ର ଶୀଘ୍ର ସମାଧାନ ରେ ଅନିବାର୍ଯ୍ୟ ବାଧା ସୃଷ୍ଟି ହେବାର ଏକ କାରଣ ଅଟେ । ଏନ ଏସ ଟି ଇ ପି ହେଉଛି ଏକ କେନ୍ଦ୍ରୀଭୂତ ନୋଟିସ / ସମନ ସେବା ଟ୍ରାକିଂ ପ୍ରୟୋଗ, ଯାହାକି ଏକ ୱେବ ଆପ୍ଲିକେଶନ ଏବଂ ଏକ ମୋବାଇଲ ଆପ୍ କୁ ନେଇ ଗଠିତ, ଏବଂ ଉକ୍ତ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ପରିକଳ୍ପିତ । କୋରଖ ଅଧିକାରୀ ଏବଂ ପ୍ରୋସେସ ସର୍ଭର ଙ୍କୁ ପ୍ରଦାନ କରାଯାଉଥିବା ଏନ ଏସ ଟି ଇ ପି ମୋବାଇଲ ଆପ୍ ପ୍ରକୃତ ସମୟ ରେ ନୋଟିସ ଏବଂ ସମନ ଜାରିହେବାର ନିଶ୍ଚିତତାକୁ ସ୍ଵଛ ଟ୍ରାକିଂ ଦ୍ୱାରା ସକ୍ଷମ କରିଥାଏ । ଥରେ ନୋଟିସ / ସମନ ସମ୍ପୃକ୍ତ ଅଦାଲତ୍ ଦ୍ଵାରା ସି ଆଇ ଏସ ସଫ୍ଟୱେର ମାଧ୍ୟମରେ ସୃଜନ କରାଗଲେ, ଏହା ବୈଦ୍ୟୁତିକ ଫର୍ମାଟ ରେ ଏନ ଏସ ଟି ଇ ପି ୱେବ ଆପ୍ଲିକେଶନ ରେ ଉପଲବ୍ଧ ହେବ । ଏହି ୱେବ ଆପ୍ଲିକେଶନ କୋରଖ ଅଧିକାରୀ ଏବଂ ପ୍ରୋସେସ ସର୍ଭର ଙ୍କ ଦ୍ୱାରା ସେମାନଙ୍କର ଇଲାକାରେ ପ୍ରକାଶିତ ନୋଟିସ / ସମନ ଗୁଡିକ ର ଆବଣ୍ଟନ କୁ ସୁଗମ କରିଥାଏ । ଏହା ମଧ୍ୟ ଆନ୍ତଃ-ଜିଲ୍ଲା ତଥା ଆନ୍ତଃ-ରାଜ୍ୟ ସ୍ଥରରେ ଅଦାଲତ୍ ଗୁଡିକରେ ପ୍ରକାଶିତ ନୋଟିସ / ସମନ ର ବଣ୍ଟନ କୁ ସହଜ କରିଥାଏ ।

    କୋରଖ ଅଧିକାରୀ ଏବଂ ପ୍ରୋସେସ ସର୍ଭର ମାନେ ପ୍ରକାଶିତ ନୋଟିସ / ସମନ ଗୁଡିକୁ ଏନ ଏସ ଟି ଇ ପି ମୋବାଇଲ ଆପ ରେ ଦେଖିପାରିବାପାଇଁ ସେମାନଙ୍କୁ କୋର୍ଟ୍ ସେବା ମୋଡୁଲ ସହିତ ଏକୀଭୂତ ହୋଇଥିବା ଆଣ୍ଡ୍ରଏଡ ସ୍ମାର୍ଟ ଫୋନ ଯୋଗାଇ ଦିଆଯାଉଛି। କୋରଖ ଅଧିକାରୀ ଏବଂ ପ୍ରୋସେସ ସର୍ଭର ମାନେ ଜି. ପି. ଏସ. ଲୋକେଶନ, ଜାରି ହେଉଥିବା ବ୍ୟକ୍ତିଙ୍କ ଫଟୋ କିମ୍ବା ଲଟକା ଜାରି ହେଉଥିବା ସ୍ଥାନର ଫଟୋ ( ଯେଉଁଠାରେ ସେବା ପ୍ରାପ୍ତି ପାଇଁ କେହି ଉପଲବ୍ଧ ନଥିବେ ) ଜାରି ହେଉଥିବା ବ୍ୟକ୍ତିଙ୍କ ଦସ୍ତଖତ ଏବଂ ନୋଟିସ / ସମନ ଜାରି ନହେଇ ପାରିବା ସ୍ଥଳେ ତାହାର କାରଣକୁ ଉକ୍ତ ସ୍ଥାନରେହିଁ ଦର୍ଶାଇ ପାରିବାର ବ୍ୟବସ୍ଥା ଏହି ମୋବାଇଲ ଆପ ରେ ରହିଛି । ଏହିପରି ସଂଗୃହିତ ତଥ୍ୟକୁ ତୁରନ୍ତ କେନ୍ଦ୍ରୀୟ ଏନ ଏସ ଟି ଇ ପି ପ୍ରୟୋଗ କୁ ପ୍ରେରଣ କରାଯାଏ । ନୋଟିସ / ସମନ ଜାରି ହେବାର ସ୍ଥିତି ବିଷୟରେ ଅଦାଲତର ଅବଗତି ନିମନ୍ତେ ଏନ ଏସ ଟି ଇ ପି ୱେବ ଆପ୍ଲିକେଶନ ରୁ ଉକ୍ତ ତଥ୍ୟ କୁ ସଙ୍ଗେସଙ୍ଗେ ସି ଆଇ ଏସ କୁ ପଠାଯାଏ ।

    ଏହିପରି ଭାବରେ ଏନ ଏସ ଟି ଇ ପି ନିମ୍ନଲିଖିତ ଗୁରୁତ୍ଵପୂର୍ଣ୍ଣ ଲକ୍ଷ ଗୁଡିକୁ ପୂରଣ କରେ :-

    • ବୈଦ୍ୟୁତିକ ମାଧ୍ୟମରେ ନୋଟିସ / ସମନ କୁ ପରିବେଷଣ କରିବାକୁ ସକ୍ଷମ କରେ ।
    • ପ୍ରକ୍ରିୟା ଜାରି ହେବାରେ ଅଯଥା ବିଳମ୍ବକୁ ହ୍ରାସ କରି ଦୂର ସ୍ଥାନ ରୁ ନିର୍ଦ୍ଧିଷ୍ଟ ସମୟରେ ନୋଟିସ / ସମନ ଜାରିହେବାର ତଥ୍ୟକୁ ଲିପିବଦ୍ଧ କରି ପ୍ରଦର୍ଶିତ କରିଥାଏ ।
    • ବୈଦ୍ୟୁତିକ ମାଧ୍ୟମରେ ନୋଟିସ / ସମନ ର ପରିବେଷଣ, ଡାକ ଦ୍ଵାରା ଆନ୍ତଃ-ଜିଲ୍ଲା କିମ୍ବା ଆନ୍ତଃ-ରାଜ୍ୟ ସ୍ଥରରେ ଜାରି ହେବାପାଇଁ ଆବଶ୍ୟକ ସମୟର ଅପଚୟକୁ ରୋକିଥାଏ ।
    • ସମସ୍ତ ହିତାଧିକାରୀଙ୍କ ଦ୍ଵାରା ନୋଟିସ / ସମନ ଜାରି ହେବାର ସ୍ଵଛ ଟ୍ରାକିଂ ।
    • ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଦ୍ୱାରା ବିକଶିତ “ଭୁବନ ମ୍ୟାପ” ଜିଓ ପ୍ଲାଟଫର୍ମ ସହ ଜିପିଏସ ର ସଂଯୋଗୀକରଣ ।