Close

    ଆଇ ସି ଜେ ଏସ

    ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଇ-କମିଟି ଦ୍ଵାରା, “ଭାରତୀୟ ନ୍ୟାୟପାଳିକାରେ ICT ଲାଗୁ କରିବା ପାଇଁ ଜାତୀୟ ନୀତି ଏବଂ କାର୍ଯ୍ୟ ଯୋଜନା” ପ୍ରସ୍ତୁତି ସହିତ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ରେ ସୂଚନା ଓ ପ୍ରଯୁକ୍ତି ର ବ୍ୟବହାର ଆରମ୍ଭ ହୋଇଥିଲା। ଆନ୍ତକାର୍ଜ୍ୟକ୍ଷମ ଫୋୖଜଦାରୀ ନ୍ୟାୟ ବ୍ୟବସ୍ଥା (ICJS) ହେଉଛି ଫୋୖଜଦାରୀ ନ୍ୟାୟ ବ୍ୟବସ୍ଥାର ବିଭିନ୍ନ ସ୍ତମ୍ଭ ଯଥା କୋର୍ଟ, ପୋଲିସ, ଜେଲ ଏବଂ ଫରେନସିକ ସାଇନ୍ସ ଲାବୋରାଟୋରୀ ମଧ୍ୟରେ ତଥ୍ୟ ଏବଂ ସୂଚନାକୁ ଗୋଟିଏ ରୁ ଅନ୍ୟ ମଞ୍ଚକୁ ନିରନ୍ତର ସ୍ଥାନାନ୍ତରଣକ୍ଷମ କରିବାକୁ ଇ-କମିଟିର ଏକ ପଦକ୍ଷେପ। FIR ଏବଂ ଚାର୍ଜଶୀଟ ର ତଥ୍ୟ ସମନ୍ଧୀୟ ତଥ୍ୟ (ମେଟାଡାଟା) ଆଇ.ସି.ଜେ.ଏସ. ପ୍ଲାଟଫର୍ମ ସହାୟତାରେ ସମସ୍ତ ହାଇକୋର୍ଟ ଏବଂ ଜିଲ୍ଲା /ତାଲୁକ କୋର୍ଟ ଦ୍ଵାରା ପ୍ରାପ୍ତ ହୋଇପାରିବ। ଅଦାଲତ ର ବ୍ୟବହାର ପାଇଁ FIR, କେସଡାଇରି, ଏବଂ ଚାର୍ଜଶୀଟ ଭଳି ଦସ୍ତାବେଜ ଗୁଡିକ PDF ଫର୍ମାଟରେ ପୋଲିସ ବିଭାଗ ଦ୍ଵାରା ଅପଲୋଡ କରାଯାଇଛି । ଇ-କମିଟି, ସୂଚନା ବିନିମୟ ପାଇଁ ଡାଟା ଓ ମେଟାଡାଟା ର ମାନକୀକରଣ, ତଥ୍ୟ ଅନୁମୋଦନ ପ୍ରକ୍ରିୟା, ପ୍ରାପ୍ତିସ୍ବୀକାର, ଉପୋଭୋକ୍ତା ଚିହ୍ନଟ/ପ୍ରାପ୍ତି, ବୈଦ୍ୟୁତିକ ନଥି ସଂରକ୍ଷଣ ପାଇଁ, ବୈଷୟିକ ଭିତ୍ତିଭୂମି ସୃଷ୍ଟି କରିବା କାର୍ଯ୍ୟ ସକ୍ରିୟ ଭାବରେ କରୁଛନ୍ତି ।

    ପ୍ରତେକ ରାଜ୍ୟରେ ICJS କୁ ଫଳପ୍ରଦ ଭାବରେ କାର୍ଯ୍ୟକରିବାପାଇଁ, ହାଇକୋର୍ଟ ମାନଙ୍କୁ ଜଣେ ଜଣେ IPS ଅଧିକାରୀଙ୍କ ସେବାକୁ ନିୟୋଜିତ କରିବାକୁ ଅନୁରୋଧ କରାଯାଇଛି, ଯିଏ ICJS ପ୍ଲାଟଫର୍ମରେ ତଥ୍ୟର ଏକୀକରଣରେ ପମୁଖ ଭୂମିକା ଗ୍ରହଣ କରିବେ। ପୋଲିସ ବ୍ୟତିତ ଅନ୍ୟ ସରକାରୀ ସଂସ୍ଥା, ଯେପରିକି ପ୍ରୋଭିଡେଣ୍ଟ ଫଣ୍ଡ୍ ଅର୍ଗାନାଇଜେସନ୍, ବନ ବିଭାଗ, ମୁନିସିପାଲିଟି କର୍ତ୍ତୁପକ୍ଷ, ଶ୍ରମ କଲ୍ୟାଣ ବୋର୍ଡ, ସହର ଯୋଜନା କର୍ତ୍ତୁପକ୍ଷ ଏବଂ ଖାଦ୍ୟ ଏବଂ ଔଷଧ ପରିଚାଳନା କର୍ତ୍ତୃପକ୍ଷ କୁ ମଧ୍ୟ ICJS ର ଏକ ଅଂଶ ରୂପେ ସୁନିଶ୍ଚିତ କରିବାପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବାକୁ ଉଚ୍ଚନ୍ୟାୟାଳୟମାନଙ୍କୁ ଅନୁରୋଧ କରାଯାଇଛି ।

    ମାମଲା ଏବଂ ଅଦାଲତ ପରିଚାଳନା ପାଇଁ ICJS ପ୍ଲାଟଫର୍ମ ଏକ ପ୍ରଭାବଶାଳୀ ଉପକରଣ, କାରଣ ଏହାଦ୍ୱାରା ଏକ ମାମଲାର ସମସ୍ତ ପ୍ରାସଙ୍ଗିକ ତଥ୍ୟ ଅଦାଲତ ଦ୍ଵାରା ବ୍ୟବହାର ପାଇଁ ପ୍ରକୃତ ସମୟ ରେ ଉପଲବ୍ଧ ହେବ । ନ୍ୟାୟିକ ଆଦେଶ ଏବଂ ସମନ ଗୁଡିକର ଯଥାଶୀଘ୍ର ଅନୁପାଳନ ସମୟର ଫଳପ୍ରଦ ପରିଚାଳନାକୁ ସୁନିଶ୍ଚିତ କରିବ। ଉଭୟ ଗୁଣାତ୍ମକ ଏବଂ ପରିମାଣିକ ସ୍ଥରରେ ଫୋୖଜଦାରୀ ନ୍ୟାୟ ବ୍ୟବସ୍ଥାର ସାମର୍ଥ୍ୟ ବୃଦ୍ଧି ପାଇଁ ICJS ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି ।