Close

    ମାନ୍ୟବର ଡଃ ବିଚାରପତି ଶ୍ରୀଯୁକ୍ତ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ, ପ୍ରଧାନ ବିଚାରପତି, ଭାରତ

    Dr Justice Dhananjaya Y Chandrachud
    • ପଦବୀ: ମୁଖ୍ୟ ପୃଷ୍ଠପୋଷକ ଏବଂ ଅଧ୍ୟକ୍ଷ

    ଷ୍ଟିଫେନ୍ସ ମହାବିଦ୍ୟାଳୟ,ନୂଆ ଦିଲ୍ଲୀରୁ ଅର୍ଥନୀତି କଳା ସମ୍ମାନରେ ସ୍ନାତକ ଲାଭ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କ୍ଯାମ୍ପସ ଆଇନ୍ କେନ୍ଦ୍ର ରୁ ଏଲ୍. ଏଲ୍. ବି. ଉପାଧି ଏବଂ ହାୱାର୍ଡ଼ ଆଇନ୍ ବିଦ୍ୟାଳୟ ୟୁ. ଏସ୍. ଏ. ରୁ ଏଲ୍. ଏଲ୍. ଏମ ଓ ଏସ୍. ଜେ. ଡ଼ି ଉପାଧି ପ୍ରାପ୍ତ କରିଛନ୍ତି। ମହାରାଷ୍ଟ୍ର ର ବାର କାଉନସିଲରେ ନାମାଙ୍କିତ ଏବଂ ମୁଖ୍ୟ ରୂପେ ବମ୍ବେ ଉଚ୍ଚ ନ୍ୟାୟାଳୟ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରେ ଆଇନ୍ ଅଭ୍ଯାସ କରିଥିଲେ। ଏକ ବରିଷ୍ଠ ଅଧିବକ୍ତା ଭାବରେ ପଦସ୍ଥ ଓ ୧୯୯୮ମସିହାରେ ଅତିରିକ୍ତ ମହାଧିବକ୍ତା(ଆଡିଶନାଲ ସଲିସିଟର ଜେନେରାଲ) ଭାବରେ ଅଭିହିତ ହୋଇଥିଲେ।

    ସେ ମୁମ୍ବାଇ ବିଶ୍ବବିଦ୍ୟାଳୟରେ ତୁଳନାତ୍ମକ ସାମ୍ବିଧାନିକ ଆଇନ୍ ର ଅତିଥି ପ୍ରାଧ୍ୟାପକ ତଥା ୟୁ. ଏସ. ଏ. ର ଓକାଲହମା ‘ଇଉନିଭର୍ସିଟି ସ୍କୁଲ ଅଫ୍ ଲ’ ରେ ଅତିଥି ପ୍ରାଧ୍ୟାପକ ଥିଲେ।

    ଅଷ୍ଟ୍ରେଲିଆ ଜାତୀୟ ବିଶ୍ବବିଦ୍ୟାଳୟ, ହାୱାର୍ଡ଼ ଆଇନ ବିଦ୍ୟାଳୟ, ୟେଲ୍ ଆଇନ୍ ବିଦ୍ୟାଳୟ ଏବଂ ଦକ୍ଷିଣ ଆଫ୍ରିକାର ୱିଟ୍ ୱାଟର୍ସ ରାଣ୍ଡ୍ ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା ପ୍ରଦାନ କରିଛନ୍ତି । ସଂଯୁକ୍ତ ରାଷ୍ଟ୍ର ମାନକଙ୍କର ବିଭିନ୍ନ ସଂସ୍ଥା ଯଥା ସଂଯୁକ୍ତ ରାଷ୍ଟ୍ର ମାନବ ଅଧିକାର ଉଚ୍ଚ ଆୟୋଗ, ଆନ୍ତର୍ଜାତୀୟ ଶ୍ରମ ସଂଗଠନ, ସଂଯୁକ୍ତ ରାଷ୍ଟ୍ର ପର୍ଯ୍ଯାବରଣ କାର୍ଯ୍ୟକ୍ରମ, ବିଶ୍ଵ ବ୍ଯାଙ୍କ୍ ଏବଂ ଏସିଆନ ଉନ୍ନୟନ ବ୍ଯାଙ୍କ୍ ଦ୍ଵାରା ଆୟୋଜିତ ବିଭିନ୍ନ ସମ୍ମିଳନୀରେ ବକ୍ତା ରୂପେ ଯୋଗ ଦେଇଥିଲେ।

    • ତା ୨୯ ମାର୍ଚ୍ଚ ୨୦୦୦ ରିଖରେ ସେ ବମ୍ବେ ଉଚ୍ଚ ନ୍ୟାୟାଳୟକୁ ପଦୋନ୍ନୀତ ହୋଇଥିଲେ। ମହାରାଷ୍ଟ୍ର ନ୍ୟାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ଥିଲେ ।
    • ତା ୩୧ ଅକ୍ଟୋବର, ୨୦୧୩ ରିଖରେ ଆଲ୍ଲାହବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ ।
    • ତା ୧୩ ମଇ, ୨୦୧୬ ରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ରୂପେ ପଦୋନ୍ନୀତ ହୋଇଥିଲେ ।
    • ତା ୯ ନଭେମ୍ବର, ୨୦୨୨ ରିଖରେ ଭାରତର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ ।