Close

    ଉଚ୍ଚନ୍ୟାୟାଳୟମାନଙ୍କର NJDG ର ଶୁଭାରମ୍ଭ

    Publish Date: December 19, 2020
    njdg-launch

    ଉଚ୍ଚ ନ୍ୟାୟାଳୟମାନଙ୍କ ପାଇଁ ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ (NJDG) ର ଶୁଭାରମ୍ଭ ଭାରତର ଆଟୋର୍ନୀ ଜେନେରାଲ ଶ୍ରୀ କେ. କେ. ଭେନୁଗୋପାଲଙ୍କ ଦ୍ଵାରା ତା ୩ ଜୁଲାଇ ୨୦୨୦ ଦିନ, ଇ-କମିଟିର ମୁଖ୍ୟ ଅଧ୍ୟକ୍ଷ ମାନ୍ୟବର ଡକ୍ଟର ଜଷ୍ଟିସ ଡି. ୱ।ଇ. ଚନ୍ଦ୍ରଚୂଡ, ଭାରତର ସୋଲିସିଟର ଜେନେରାଲ ଶ୍ରୀ ତୁଷାର ମେହେଟ୍ଟା, ନ୍ୟାୟ ସଚିବ ଶ୍ରୀ ବରୁଣ ମିତ୍ର, ଇ-କମିଟି ଉପାଧ୍ୟକ୍ଷ ମାନ୍ୟବର ଜଷ୍ଟିସ ଆର ସି ଚହ୍ଵାନ, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମହା ସଚିବ ଶ୍ରୀ ସଂଜୀବ କାଲଗାଓଁକର ଏବଂ ଅନ୍ୟାନ୍ୟ ଇ-କମିଟି ସଦସ୍ୟ ମାନଙ୍କ ଉପସ୍ଥିତିରେ ହୋଇଥିଲା ।

    NJDG (ଏନ.ଜେ.ଡି.ଜି) ହେଉଛି ମାମଲା ସମ୍ପର୍କିତ ତଥ୍ୟର ଭଣ୍ଡାର ଏବଂ ଏହା ନମନୀୟ ସନ୍ଧାନ ବୈଶିଷ୍ଟତା ସହ ସୃଷ୍ଟି କରାଯାଇଛି । ତା ୨୩ ରିଖ ଜୁଲାଇ ୨୦୨୦ ସୁଧା ଜିଲ୍ଲା ଏବଂ ତାଲୁକ ନ୍ୟାୟାଳୟମାନଙ୍କର ୩, ୩୪, ୧୧, ୧୭୮ ବିଚାରାଧୀନ ମାମଲା ମାନଙ୍କର ତଥ୍ୟ ଏଥିରେ ଉପଲବ୍ଧ ଅଛି ।

    ଏହି ତଥ୍ୟ https://njdg.e-courts.gov.in/njdgnew/index.php ରେ ପ୍ରବେଶ କରି ପ୍ରାପ୍ତ କରାଯାଇପାରିବ ।
    ଉଚ୍ଚ ନ୍ୟାୟାଳୟମାନଙ୍କର ୪୩, ୭୬, ୨୫୮ ବିଚାରାଧୀନ ମାମଲାମାନଙ୍କର ତଥ୍ୟ NJDG ରେ ଉପଲବ୍ଧ ଏବଂ ଏହା https://njdg.e courts.gov.in/hcnjdgnew/ ରେ ପ୍ରବେଶ କରି ପ୍ରାପ୍ତ କରାଯାଇପାରିବ ।

    NJDG ର ନିର୍ମାଣ ବିଶ୍ଵ ବ୍ୟାଙ୍କ ଦ୍ୱାରା ମଧ୍ୟ ପ୍ରସଂଶିତ ହୋଇଛି ଏବଂ ଇଜ ଅଫ ଡୁଇଙ୍ଗ ବିଜନେସ ସ୍ତରରେ ଭାରତକୁ ୨୦ ଟି ସୋପାନ ଅଗ୍ରସର କରିବା ଦିଗରେ ସହାୟକ ହୋଇଛି ।