Close

    ମୁଖବନ୍ଧ

    Publish Date : November 18, 2020

    ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଦ୍ଵାରା ଭାରତର ନ୍ୟାୟିକ କ୍ଷେତ୍ର ରେ ସଂସ୍କାର ଆଣିବାର ଅତ୍ୟଧିକ ଆବଶ୍ୟକତାକୁ ହୃଦୟଙ୍ଗମ କରି ଏବଂ ଅଦାଲତ୍ ରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇ.ସି.ଟି.) କାର୍ଯ୍ୟକାରୀ କରିବାପାଇଁ ଏକ ଜାତୀୟ ନୀତି ତଥା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଭାରତର ଉଚ୍ଚତମ ନ୍ୟାୟାଳୟର ତତ୍କାଳୀନ ପ୍ରଧାନ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ଆର. ସି. ଲାହୋଟି ଏକ ଇ-କମିଟି ଗଠନ କରିବାର ପ୍ରସ୍ତାବ ଦେଇଥିଲେ । ଇ-କମିଟିର ଲକ୍ଷ୍ୟ ଥିଲା ଇ-କମିଟି ସହାୟତାରେ ଏକ ଜାତୀୟ ନୀତି ପ୍ରସ୍ତୁତ କରିବା ଜଦ୍ଦ୍ଵାରା ଭାରତୀୟ ନ୍ୟାୟପାଳିକା ନିଜକୁ ଡିଜିଟାଲ ଯୁଗ ପାଇଁ ପ୍ରସ୍ତୁତ କରିବ ଏବଂ ପ୍ରଯୁକ୍ତି ଏବଂ ଯୋଗାଯୋଗ ଉପକରଣ ଗୁଡିକର ଗ୍ରହଣ ତଥା ପ୍ରୟୋଗ ଦ୍ୱାରା ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରି ସମସ୍ତ ହିତାଧିକାରୀଙ୍କୁ ଉପକୃତ କରିବ ।

    ଇ-କମିଟି ଦ୍ଵାରା ସୃଷ୍ଟି ହୋଇଥିବା ଡିଜିଟାଲ ପ୍ଲାଟଫର୍ମ ସେହି ଦିନଠାରୁ ହିତାଧିକାରୀ – ମକଦ୍ଦମାକାରୀ, ଆଇନଜୀବୀ, ସରକାରୀ/ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ସାଧାରଣ ନାଗରିକଙ୍କୁ ସମୟୋଚିତ ନ୍ୟାୟିକ ତଥ୍ୟ ଏବଂ ସୂଚନା ପାଇବାରେ ସକ୍ଷମ କରାଇଛି ।

    ଏହି ଡିଜିଟାଲ ଅଭିକଳକ (ଡେଟାବେସ୍) ଏବଂ ପାରସ୍ପରିକ ଆଦାନ ପ୍ରଦାନ ମଞ୍ଚ ନିମ୍ନଲିଖିତ ସେବା ଯୋଗାଇବାରେ ସାହାଯ୍ୟ କରେ :-

    • ଦେଶର ଯେକୌଣସି ଅଦାଲତ୍ ରେ ବିଚାରାଧୀନ ଥିବା ଏକ ନିର୍ଦିଷ୍ଟ ମାମଲାର ସ୍ଥିତି ଏବଂ ବିବରଣୀ ଅନୁସନ୍ଧାନ କରିବା ।
    • ଦେଶର ବିଭିନ୍ନ ବିଚାରବିଭାଗୀୟ ଅନୁଷ୍ଠାନଗୁଡିକରେ ବିଚାରାଧୀନ ମାମଲା ଗୁଡିକର ସ୍ଥିତି ପରିଚାଳନା ।
    • ଅଭିକଳକ ରୁ ତଥ୍ୟର ନିଷ୍କର୍ଷଣ ଓ ଉପଯୋଗ ଦ୍ଵାରା ମାମଲା ଗୁଡିକୁ ଫାଷ୍ଟ ଟ୍ରାକ ଶ୍ରେଣୀଭୁକ୍ତ କରିବା ।
    • ଅଦାଲତ୍ ସମ୍ବଳର ଫଳପ୍ରଦ ଉପଯୋଗ ।
    • ନ୍ୟାୟପାଳିକାର ଦକ୍ଷତା ଏବଂ କାର୍ଯ୍ୟକ୍ଷମତା କୁ ଦର୍ଶାଇବା ସହ ଏହାକୁ ତଦାରଖ କରିବା ପାଇଁ ତଥ୍ୟର ବିଶ୍ଳେଷଣ ।