କଳ୍ପନା/ଉଦ୍ଦେଶ୍ୟଗୁଡିକ
ମୌଳିକ ନିୟମାବଳୀ :
ପ୍ରଯୁକ୍ତିବିଦ୍ୟା କୁ “ସଶକ୍ତ” ଏବଂ “ସମର୍ଥ” କରିବା ଉଦ୍ଦେଶ୍ୟ ରେ ଉପଯୋଗ କୁ ସୁନିଶ୍ଚିତ କରିବା ।
- ପ୍ରଯୁକ୍ତିବିଦ୍ୟା କେବଳ ପାରମ୍ପରିକ ଅଭ୍ୟାସ ଏବଂ ପ୍ରକ୍ରିୟାକୁ ସ୍ଵୟଂଚାଳିତ କରିବା ପାଇଁ ବ୍ୟବହୃତ ହେବା ଉଚିତ ନୁହେଁ ବରଂ ଏହା ପରିବର୍ତ୍ତନ ର ଏକ ବାହନ ହେବା ଆବଶ୍ୟକ। ଏହା ଏକ ଶକ୍ତି ଯାହା ଯାବତୀୟ ନାଗରିକ ଙ୍କୁ ସଶକ୍ତ ଏବଂ ସମର୍ଥ କରିବ।
- ସମସ୍ତଙ୍କୁ ନ୍ୟାୟପ୍ରଦାନ କରିବାକୁ ସୁନିଶ୍ଚିତ କରିବା ।
- ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିକାର ଏବଂ ଉପଶମ ଉପଲବ୍ଧ କରାଇବା ପାଇଁ, ନ୍ୟାୟିକ ଅନୁଷ୍ଠାନ କୁ ନିବେଦନ କରିବାର ଏକ ମାଧ୍ୟମ ଯୋଗାଇଦେବା ଯାହା କୌଣସି ‘ଡିଜିଟାଲ୍ ବିଭାଜନ’ କିମ୍ବା ଅନ୍ୟାନ୍ୟ ସାମାଜିକ-ଅର୍ଥନୈତିକ ଆହ୍ୱାନ ଦ୍ୱାରା ଅପ୍ରତିହତ ରହିବ ।
- ଏକ ଦକ୍ଷ ଏବଂ ତତ୍ପର ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି କରିବା ।
- ନ୍ୟାୟିକ ବ୍ୟବସ୍ଥାକୁ ସକ୍ଷମ କରୁଥିବା ପ୍ରଯୁକ୍ତିବିଦ୍ୟା ଉପଯୋଗର ଲକ୍ଷ୍ୟ କେବଳ ଦ୍ରୁତ ନ୍ୟାୟ ପ୍ରଦାନ ନୁହେଁ ବରଂ ନ୍ୟାୟପାଳିକାର ଦକ୍ଷତା ଏବଂ କାର୍ଯ୍ୟକାରିତା କୁ ତଦାରଖ କରି ତାହାର ଉନ୍ନତି ବିଧାନ ନିମନ୍ତେ ‘ଦକ୍ଷତା ମାନଦଣ୍ଡ’ ର କ୍ରମବିକାଶ କରିବା ହେଉଛି ଏହାର ଉଦ୍ଦେଶ୍ୟ ।
ଉଦ୍ଦେଶ୍ୟ :
ଇ-କମିଟି ନିମ୍ନଲିଖିତ ଉଦ୍ଦେଶ୍ୟ ଗୁଡିକ ଦ୍ୱାରା ପରିଚାଳିତ:
- ଦେଶର ସମସ୍ତ ଅଦାଲତ୍ ସଂଯୋଗୀକରଣ ।
- ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇ.ସି.ଟି.) ସାମର୍ଥ୍ୟ ର ବିକାଶ ।
- ଉଭୟ ଗୁଣାତ୍ମକ ଏବଂ ପରିମାଣାତ୍ମକ ସ୍ତର ରେ ନ୍ୟାୟିକ ଉତ୍ପାଦକତା ବୃଦ୍ଧି କରିବାକୁ ନ୍ୟାୟାଳୟ ଗୁଡିକୁ ସମର୍ଥ କରିବା ।
- ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଗମ, ମିତବ୍ୟୟୀ, ସ୍ଵଛ ଏବଂ ଉତ୍ତରଦାୟୀ କରିବା ।
ଦ୍ଵିତୀୟ ପର୍ଯ୍ୟାୟ ର ଉଦ୍ଦେଶ୍ୟ:
- କିଓସ୍କ୍, ୱେବ୍ ପୋର୍ଟାଲ୍, ମୋବାଇଲ୍ ଆପ୍, ଇମେଲ୍, ଏସ୍ଏମ୍ଏସ୍ ପୁଲ୍, ଏସ୍ଏମ୍ଏସ୍ ପୁସ୍ ଭଳି ବିଭିନ୍ନ ସେବା ବିତରଣ ଚ୍ୟାନେଲ ମାଧ୍ୟମରେ ମକଦ୍ଦମାକ।ରୀଙ୍କୁ ସହଜ ସୂଚନା ପ୍ରସାରଣ ।
- ଆଇନଜୀବୀଙ୍କ ପାଇଁ ମାମଲାର ଯୋଜନା ଏବଂ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ।
- ନ୍ୟାୟିକ ଅଧିକାରୀ ଙ୍କ ପାଇଁ ମାମଲା ଓ ମାମଲାଭାର ର ପରିଚାଳନା ପାଇଁ ବ୍ୟବସ୍ଥା ।
- ମୁଖ୍ୟ ଜିଲ୍ଳାଜଜ୍ ତଥା ଅନ୍ୟାନ୍ୟ ଜିଲ୍ଲା ଜଜ୍ ଏବଂ ଉଚ୍ଚ ନ୍ୟାୟାଳୟ ର ବିଚାରପତି ମାନଙ୍କ ଦ୍ଵାରା ପର୍ଯ୍ୟବେକ୍ଷଣ ଏବଂ ତଦାରଖ ର ସୁବିଧା ।
- ଉଚ୍ଚ ନ୍ୟାୟାଳୟ, ନ୍ୟାୟବିଭାଗ, ଗବେଷକ ଏବଂ ଶିକ୍ଷାବିତଙ୍କ ଦ୍ଵାରା ପ୍ରତ୍ୟେକ ଜିଲ୍ଲା ତଥା ତାଲୁକାରେ ଥିବା ମାମଲା ର ରାଜ୍ୟବ୍ୟାପୀ ପର୍ଯ୍ୟବେକ୍ଷଣ ଏବଂ ତଦାରଖ ର ସୁବିଧା ।
- ନ୍ୟାୟ ପ୍ରଦାନ ବ୍ୟବସ୍ଥାର ବ୍ୟବସ୍ଥିତ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବା ।