Close

    ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ଶରଦ ଅରବିନ୍ଦ ବୋବଡେ, ଭାରତର ପ୍ରଧାନ ବିଚାରପତି

    2020082939-ouochc3vg48n67zh41untu8p6n80fjw176qvd94ykw
    • ପଦବୀ: ମୁଖ୍ୟ ପୃଷ୍ଠପୋଷକ (ପାଟ୍ରୋନ୍ ଇନ୍ ଚିଫ୍)

    ମାନ୍ୟବର ପ୍ରଧାନ ବିଚାରପତି ମହୋଦୟ ନାଗପୁର ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଏବଂ ଆଇନରେ ସ୍ନାତକ ଉପାଧି ପ୍ରାପ୍ତ କରିବାପରେ ୧୯୭୮ ମସିହା ରେ ମହାରାଷ୍ଟ୍ର ଆଇନଜୀବୀ ପରିଷଦ ରେ ନାମ ପଞ୍ଜୀକୃତ କରି ଭାରତୀୟ ଉଚ୍ଚତମ ନ୍ୟାୟାଳୟ ଏବଂ ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ନାଗପୁର ପୀଠ (ବେଞ୍ଚ) ରେ ଆଇନବୃତ୍ତି ଗ୍ରହଣ କରିବା ସହ ବମ୍ବେର ମୁଖ୍ୟ ପୀଠ ଏବଂ ଭାରତର ଉଚ୍ଚତମ ନ୍ୟାୟଳୟରେ ୨୧ ବର୍ଷରୁ ଊର୍ଦ୍ଧକାଳ ଧରି ଆଇନବୃତ୍ତି କରିଥିଲେ ଏବଂ ୧୯୯୮ ମସିହା ରେ ବରିଷ୍ଠ ଅଧିବକ୍ତା ଉପାଧି ପ୍ରାପ୍ତ ହୋଇଥିଲେ ।

    • ମାର୍ଚ୍ଚ ୨୯,୨୦୦୦ ମସିହା ରେ ବମ୍ବେ ଉଚ୍ଚ ନ୍ୟାୟାଳୟ ର ଅତିରିକ୍ତ ବିଚାରପତି ଭାବେ ଅଧିଷ୍ଠିତ ହୋଇଥିଲେ ।
    • ଅକ୍ଟୋବର ୧୬,୨୦୧୨ ମସିହା ରେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ।
    • ୧୨,ଅପ୍ରେଲ, ୨୦୧୩ ମସିହା ରେ ଉଚ୍ଚତମ ନ୍ୟାୟାଳୟ ର ବିଚାରପତି ଭାବେ ଅଧିଷ୍ଠିତ ହେଲେ ।
    • ୧୮, ନଭେମ୍ବର, ୨୦୧୯ ମସିହା ରେ ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ।
    • ୨୩, ଅପ୍ରେଲ, ୨୦୨୧ ମସିହା ରେ ଅବସର ନେବେ ।