Close

    ଭର୍ଚୁଆଲ୍ କୋର୍ଟ୍ସ

    vcourt

    ଭର୍ଚୁଆଲ୍ କୋର୍ଟ୍ ପରିକଳ୍ପନାର ଲକ୍ଷ୍ୟ ହେଉଛି, ମାମଲାଗୁଡିକର ବିଚାର ଏକ ଭର୍ଚୁଆଲ୍ ପ୍ଲାଟଫର୍ମରେ କରି ଅଦାଲତରେ ମହକିଲ ତଥା ଆଇନଜୀବୀଙ୍କର ଉପସ୍ଥିତିର ଆବଶ୍ୟକତାକୁ ଲୋପ କରିବା। ଅଦାଲତର ସମ୍ବଳକୁ ଦକ୍ଷତାର ସହିତ ଉପଯୋଗ ପାଇଁ ଏବଂ ଲଘୁ ବିବାଦ ର ସମାଧାନ ପାଇଁ ମହକିଲଙ୍କୁ ଏକ ଫଳପ୍ରଦ ମାଧ୍ୟମ ଯୋଗାଇବା ପାଇଁ ଏହି ଧାରଣାର ବିକଶିତ ହୋଇଛି । ଏକ ଭର୍ଚୁଆଲ୍ ଇଲେକ୍ଟ୍ରୋନିକ ପ୍ଲାଟଫର୍ମ ଉପରେ ଜଣେ ବିଚାରପତିଙ୍କ ଦ୍ଵାରା ଭର୍ଚୁଆଲ୍ କୋର୍ଟ୍ ପରିଚାଳନା କରାଯାଇପାରେ ଯାହାର କାର୍ଯ୍ୟକ୍ଷେତ୍ର ସମଗ୍ର ରାଜ୍ୟକୁ ବିସ୍ତାରିତ ହେବାସହ ଏଠାରେ ପ୍ରତ୍ୟହ ଅହୋରାତ୍ର କାର୍ଯ୍ୟ କରାଯାଇପାରିବ। ଫଳପ୍ରଦ ବିଚାର ଏବଂ ସମାଧାନ ପାଇଁ କୌଣସି ମକଦ୍ଦମାକାରୀ କିମ୍ବା ବିଚାରପତିଙ୍କୁ ଶାରୀରିକ ରୂପେ ଏହି ଅଦାଲତରେ ଉପସ୍ଥିତ ରହିବାକୁ ପଡିବ ନାହିଁ । ଏଠାରେ ଯୋଗାଯୋଗ କେବଳ ବୈଦ୍ୟୁତିକ ମାଧ୍ୟମରେ ହେବ ଏବଂ ଦଣ୍ଡ ବିଧାନ ତଥା ଜୋରିମାନା କିମ୍ବା କ୍ଷତି ପୂରଣ ଦାଖଲ ମଧ୍ୟ ଅନଲାଇନରେ ସମ୍ପନ୍ନ ହେବ । ଏହି ଅଦାଲତ୍ ଗୁଡିକୁ ଏପରି ମାମଲାଗୁଡିକର ସମାଧାନ ପାଇଁ ବ୍ୟବହାର କରାଯାଇପାରେ ଯେଉଁଠାରେ ଅଭିଯୁକ୍ତ ସ୍ଵୟଂ ଦୋଷ ସ୍ଵୀକାର କରନ୍ତି କିମ୍ବା ବୈଦ୍ୟୁତିକ ମାଧ୍ୟମରେ ସମନ ପାଇବା ପରେ ପ୍ରତିବାଦୀ ସ୍ଵୟଂ ବିବାଦ ସମାଧାନରେ ପନ୍ଥା ଅବଲମ୍ବନ କରନ୍ତି । ଜୋରିମାନା ଦାଖଲ ପରେ ଏହିପରି ମାମଲାଗୁଡ଼ିକ ସମାଧିତ ହେଲା ବୋଲି ଧରାଯିବ । ଏଥିପାଇଁ ମାମଲାର ପ୍ରକାରଭେଦ ଚିହ୍ନଟ କରିବା ନିତାନ୍ତ ଆବଶ୍ୟକ ଯାହା ଦ୍ଵାରା ଏହା ସଫଳତାର ସହ ଭରଚୁଆଲ କୋର୍ଟ୍ ରେ ସମାଧାନ ହୋଇପାରିବ । ସେଥିନିମନ୍ତେ ବର୍ତ୍ତମାନ ଏକ ପ୍ରାରମ୍ଭିକ ପ୍ରକଳ୍ପ ର ଅଂଶ ଭାବରେ ନିମ୍ନ ଲିଖିତ ବର୍ଗର ମାମଲାଗୁଡିକ ଭରଚୁଆଲ କୋର୍ଟ୍ ରେ ବିଚାର ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ।

    ୧- ମୋଟର ଯାନ ଅଧିନିୟମ ଅନୁଯାୟୀ ଅପରାଧ (ଟ୍ରାଫିକ ଚାଲାଣ କେସେସ)

    ୨- ଗୌଣ ଅପରାଧ ଯେଉଁ ଠାରେ ସି ଆର ପି ସି ର ଦଫା ୨୦୬ ଅନୁଯାୟୀ ସମନ ଜାରି କରାଯାଇପାରିବ ।

    Visit : http://vcourts.gov.in