Close

    ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ୍

    njdg

    ଇ-ଅଦାଲତ୍ ପ୍ରକଳ୍ପ ଆନୁକୁଲ୍ୟ ରେ କାର୍ଯ୍ୟକାରୀ ହୋଇଥିବା ଏକ ପ୍ରମୁଖ ଯୋଜନା ହେଉଛି ଏନ.ଜେ.ଡ଼ି.ଜି.ଯାହାକୁ ଭାରତ ସରକାରଙ୍କ “ବ୍ୟବସାୟିକ ପଦକ୍ଷେପ କୁ ସୁଗମ କରିବାର ଉଦ୍ୟମ”, ଏକ ମହତ୍ଵ ପୂର୍ଣ୍ଣ ଏବଂ ଅଭିନବ ପ୍ରୟାସ ର ମାନ୍ୟତା ଦେଇଛି । ଏହି ପୋର୍ଟାଲ୍ ହେଉଛି ଦେଶର ସମସ୍ତ ଜିଲ୍ଲା ଏବଂ ତାଲୁକ କୋର୍ଟ୍ ରେ ବିଚାରାଧୀନ ଏବଂ ପରିସମାପ୍ତ ମକଦ୍ଦମା ସମ୍ବନ୍ଧୀୟ ତଥ୍ଯର ଏକ ଜାତୀୟ ଭଣ୍ଡାର । ନମନୀୟ ସନ୍ଧାନ ପ୍ରଯୁକ୍ତି ର ଚିନ୍ତାଧାରା କୁ ପାଥେୟ କରି ଏହି ପୋର୍ଟାଲ୍ ବିକଶିତ ହୋଇଛି ଯାହାକି ଦକ୍ଷ୍ୟ ମକଦ୍ଦମା ପରିଚାଳନା ତଥା ମକଦ୍ଦମା ଗୁଡିକୁ ତଦାରଖ କରିବାରେ ସାହାଯ୍ୟ କରିଥାଏ ଯାହାଦ୍ୱାରା ମକଦ୍ଦମା ର ଫଳପ୍ରଦ ସମାଧାନ ସମ୍ଭବ ହୋଇଥାଏ ।

    ପୋର୍ଟାଲ୍ ରେ ସଂଗୃହିତ ଏବଂ ସମଯୋଜିତ ହୋଇଥିବା ତଥ୍ୟକୁ ପ୍ରାପ୍ତ ତଥା ବିଶ୍ଳେଷଣ କରାଯାଇପାରିବ :-

    • ବର୍ଗ ଅନୁସାରେ
    • ବର୍ଷ ଅନୁସାରେ
    • ରାଜ୍ୟ ଅନୁସାରେ
    • ସଂସ୍ଥା ଗୁଡିକ ମଧ୍ୟରେ ମାସ ଅନୁସାରେ ସମାଧାନ ମାମଲା ସବୁ
    • ଏକ ମକଦ୍ଦମା ର ମୂଳ/ ଅପିଲ/ ନିଷ୍ପାଦନ ପର୍ଯ୍ୟାୟରେ
    • ବିଳମ୍ବର କାରଣ ଗୁଡିକ

    ଏନ.ଜେ.ଡ଼ି.ଜି. ଦେଶର ସମସ୍ତ ଅଦାଲତ ମାନଙ୍କରେ ପଞ୍ଜୀକୃତ ହେଉଥିବା ମକଦ୍ଦମା ବିଷୟରେ ଏବଂ ବିଚାରାଧୀନ ତଥା ଫଇସଲା ହୋଇଥିବା ମକଦ୍ଦମା ବିଷୟରେ ଏକତ୍ରୀକୃତ ସୂଚନା ଦେଇଥାଏ | ଏହି ପରିସଂଖ୍ୟାନ ପ୍ରତ୍ୟକ ଦିନ ସମ୍ପୃକ୍ତ ଅଦାଲତ୍ ଦ୍ୱାରା ଅଧୁନାତନ(update) ହୋଇଥାଏ | ଏହି ୱେବସାଇଟ ପ୍ରତ୍ୟକ ଦିନ ଦାଖଲ ହୋଇଥିବା ତଥା ବିଚାରାଧୀନ ଥିବା ମକଦ୍ଦମା ର ସଂଖ୍ୟା କୁ ଦର୍ଶାଇ ଥାଏ । ଏଠାରୁ ପରିଦର୍ଶକ ଯେକୌଣସି ନିର୍ଦ୍ଧିଷ୍ଟ ମକଦ୍ଦମା ର ସୂଚନା ପାଇପାରେ । ଏହା ବିଚାରାଧୀନ ମକଦ୍ଦମା କୁ ଦେୱାନୀ ତଥା ଫୋୖଜଦାରୀ ବୋଲି ପ୍ରାଥମିକ ଭାବରେ ବିଭକ୍ତ କରିବା ସହ ଏଗୁଡ଼ିକ ମଧ୍ୟରୁ ୫ ରୁ ୧୦ ବର୍ଷ ପୂରୁଣା, ୧୦ ବର୍ଷ ରୁ ଅଧିକ ପୁରୁଣା ଇତ୍ୟାଦି ଭାଗରେବି ବିଭକ୍ତ କରାଯାଇପାରିବ। ଜାତୀୟ,ରାଜ୍ୟ ତଥା ଜିଲ୍ଲାସ୍ତରରେ ବିଚାରାଧିନ କେସ ର ତଥ୍ୟ/ବିବରଣୀ ସର୍ବସାଧାରଣ ଙ୍କ ପାଇଁ ଉନ୍ମୁକ୍ତ ଏବଂ ଉପଲବ୍ଧ।