Close

    ଶ୍ରୀ ଅତୁଲ ମଧୁକର କୁରହେକର

    Atul Madhukar Kurhekar
    • ଇ-ମେଲ: mp-ecommittee[at]aij[dot]gov[dot]in
    • ପଦବୀ: ସଦସ୍ୟ – ପ୍ରକ୍ରିୟା

    ମହାଶୟ ନାଗପୁରରୁ ବିଜ୍ଞାନ (ବିଏସସି )ରେ ସ୍ନାତକ ଏବଂ ଡକ୍ଟର ବାବା ସାହେବ ଆମ୍ବେଦକର ଆଇନ ବିଶ୍ଵ ବିଦ୍ୟାଳୟରୁ ଆଇନ ସ୍ନାତକ (ଏଲ.ଏଲ.ବି ) ଉପାଧି ପ୍ରାପ୍ତ କରିଛନ୍ତି। ସେ ଉବୁନ୍ତୁ ଏବଂ ସିଆଇଏସ୍ ର ଜଣେ ସ୍ଵିକୃତି ପ୍ରାପ୍ତ ନିପୁଣ ପ୍ରଶିକ୍ଷକ । ବମ୍ବେ ଉଚ୍ଚ ନ୍ୟାୟାଳୟ ର ନାଗପୁର ବେଞ୍ଚ ଏବଂ ଜିଲ୍ଲା ଅଦାଲତ୍, ନାଗପୁରରେ ଆଠ ବର୍ଷ ଧରି ଦେୱ।ନି ଏବଂ ଫୌଜଦାରୀ ଆଇନ ବୃତ୍ତି ରେ ମନୋନିବେଶ କରିଥିଲେ ।

    • ଅକ୍ଟୋବର ୧୯୯୫ ମସିହା ରୁ ଜାନୁୟାରୀ ୨୦୦୪ ମସିହା ପର୍ଯ୍ୟନ୍ତ ସିଭିଲ ଜଜ୍ ଜୁନିୟର ଡିଭିଜନ ଏବଂ ଜେଏମ୍ ଏଫ୍ ସି ଭାବରେ ଏବଂ ଜାନୁୟାରୀ ୨୦୦୪ ମସିହା ରୁ ଡେପୁଟି ରେଜିଷ୍ଟ୍ରାର୍ ଭାବେ ନିଯୁକ୍ତ ହେବା ପର୍ଯ୍ୟନ୍ତ ବରିଷ୍ଠ ସିଭିଲ ଜଜ୍ ଭାବେ କାର୍ଯ୍ୟରତ ଥିଲେ ।

    • ସେପ୍ଟେମ୍ବର ୨୦୦୪ ମସିହା ରୁ କୋର୍ଟ୍ ଅଫ୍ ସ୍ମଲ୍ କଜେସ, ମୁମ୍ବାଇ ର ବିଚାରପତି ଭାବେ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ବମ୍ବେ ଉଚ୍ଚ ନ୍ୟାୟାଳୟ ର ନାଗପୁର ବେଞ୍ଚରେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ) ଭାବେ କାର୍ଯ୍ୟରତ ଥିଲେ ।

    • ମେ,୨୦୦୮ ମସିହା ରୁ ମହାରାଷ୍ଟ୍ର ଜୁଡିସିଆଲ ଏକାଡେମୀ ରେ ନିଯୁକ୍ତି ପାଇବା ପର୍ଯ୍ୟନ୍ତ କୋର୍ଟ୍ ଅଫ୍ ସ୍ମଲ୍ କଜେସ, ମୁମ୍ବାଇ ର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।

    • ପୁନେ ରେ ବିଚାରପତି ଭାବେ ନିଯୁକ୍ତି ହେବ। ପର୍ଯ୍ୟନ୍ତ, ସେ ଜଣେ ପ୍ରଶାସନିକ ଅଧିକାରୀ ଭାବରେ(ଜୁଲାଇ ୨୦୦୯ ମସିହା-ଅପ୍ରେଲ ୨୦୧୧ ମସିହା) ଏବଂ ତା’ପରେ ମହାରାଷ୍ଟ୍ର ଜୁଡିସିଆଲ ଏକାଡେମୀ ରେ ଜଣେ ଅତିରିକ୍ତ ନିର୍ଦ୍ଦେଶକ (ଅପ୍ରେଲ ୨୦୧୧– ସେପ୍ଟେମ୍ବର, ୨୦୧୩) ଭାବେ କାର୍ଯ୍ୟ କରିଥିଲେ ।

    • ସେପ୍ଟେମ୍ବର, ୨୦୧୩ ମସିହା ରୁ ନଭେମ୍ବର, ୨୦୧୪ ମସିହା ପର୍ଯ୍ୟନ୍ତ ଜିଲ୍ଲା ଏବଂ ସହକାରୀ ସେସନ୍ସ ଜଜ୍, ପୁନେ ଭାବେ ନିଯୁକ୍ତି ପାଇଲେ ଏବଂ ତା’ପରେ ନଭେମ୍ବର, ୨୦୧୪ ମସିହା ରୁ ରେଜିଷ୍ଟ୍ରାର ଭାବେ ନିଯୁକ୍ତ ହେବା ପର୍ଯ୍ୟନ୍ତ ସିଟି ସିଭିଲ ଏବଂ ସେସନସ କୋର୍ଟ୍, ମୁମ୍ବାଇ ରେ ଦୁର୍ନୀତି ନିବାରଣ ମାମଲା ପାଇଁ ଅତିରିକ୍ତ ସେସନ୍ସ ବିଚାରପତି, ସ୍ଵତନ୍ତ୍ର କୋର୍ଟ୍ ଭାବେ ନିଯୁକ୍ତ ହୋଇଥିଲେ ।

    • ମେ, ୨୦୧୬ ମସିହା ରୁ ଇ -କମିଟି ର ସଦସ୍ୟ (ପ୍ରକ୍ରିୟା) ଭାବେ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ବମ୍ବେ ଉଚ୍ଚ ନ୍ୟାୟାଳୟ ର ରେଜିଷ୍ଟ୍ରାର (ଆଇନ ଏବଂ ଗବେଷଣା) ଭାବରେ କାର୍ଯ୍ୟ କରୁଥିଲେ ।