Close

ଜିଲ୍ଲା କୋର୍ଟ ପୋର୍ଟାଲ୍

districts courts portal

ଏହା ଏକ କେନ୍ଦ୍ରୀଭୁତ ପୋର୍ଟାଲ ଯାହା ଜଣେ ବ୍ୟବହାରକାରୀଙ୍କୁ ଦେଶର ନିର୍ଦିଷ୍ଟ ଜିଲ୍ଲା କୋର୍ଟ ୱେବସାଇଟକୁ ନେଇଯାଇଥାଏ । ପ୍ରତ୍ୟେକ ଜିଲ୍ଲା କୋର୍ଟ ସମ୍ବନ୍ଧୀୟ ସୂଚନା ଏହି ପୋର୍ଟାଲ ମାଧ୍ୟମରେ ପ୍ରାପ୍ତ କରାଯାଇପାରିବ ଯାହା ୬୮୮ ଜିଲ୍ଲା କୋର୍ଟ ୱେବସାଇଟର ପ୍ରବେଶ ଦ୍ଵାର ଭାବରେ କାର୍ଯ୍ୟ କରିଥାଏ।
ନିର୍ଦିଷ୍ଟ ୱେବସାଇଟ୍ ଗୁଡିକ ଏକ ଜିଲ୍ଲାରେ କାର୍ଯ୍ୟ କରୁଥିବା ନ୍ୟାୟିକ ଅଧିକାରୀଙ୍କ ତାଲିକା, ବିଚାରପତିଙ୍କ ଛୁଟି ତାଲିକା, ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା ଗୁଡିକ, ସର୍କୁଲାର, କୋର୍ଟ ଏବଂ ପୋଲିସ୍ ଷ୍ଟେସନର କ୍ଷେତ୍ରାଧିକାର କୁ ପ୍ରଦର୍ଶିତ କରେ । ଜିଲ୍ଲା ନ୍ୟାୟାଳୟ ସେବା ସମ୍ବନ୍ଧିତ ଆବଶ୍ୟକୀୟ ତଥ୍ୟ ଏବଂ ସୂଚନା ଯଥା ମାମଲାର ସ୍ଥିତି, କୋର୍ଟଙ୍କ ଆଦେଶ,ବାଦ ତାଲିକା ସବୁଏହି ପୋର୍ଟାଲ ରେ ଉପଲବ୍ଧ । କୋର୍ଟ ପରିସର କୁ ନଆସି, ଯେକୌଣସି ସ୍ଥାନରେ ଏହି ସୂଚନା ଉପଲବ୍ଧ ହୋଇ ପାରୁଥିବାରୁ ଏହା କୋର୍ଟ ପରିସରକୁ ଆସୁଥିବା ନାଗରିକମାନଙ୍କ ସଂଖ୍ୟା କମାଇବ, ଫଳତଃ ଭୌତିକ ଭିତ୍ତିଭୂମି ର ଆଵଶ୍ୟକତା ର ଭାର ହ୍ରାସ କରାଯାଇପାରିବ ।

ପରିଦର୍ଶନ କରନ୍ତୁ : https://districts.ecourts.gov.in/