Close

    ଇ-ସେବା କେନ୍ଦ୍ର

    e-SEWA KENDRA

    ସମସ୍ତ ହାଇକୋର୍ଟ ଗୁଡିକ ରେ ଏବଂ ପ୍ରତ୍ୟେକ ରାଜ୍ୟର ଗୋଟିଏ ଗୋଟିଏ ଜିଲ୍ଲା କୋର୍ଟରେ ପରୀକ୍ଷାମୂଳକ ଭାବରେ ଇ-ସେବା କେନ୍ଦ୍ରସବୁ ସୃଷ୍ଟି କରାଯାଇଛି। ଏହା ମକଦ୍ଦମାକାରୀଙ୍କୁ ମାମଲାର ସ୍ଥିତି ସମ୍ବନ୍ଧରେ ସୂଚନା ଏବଂ ରାୟ ଓ ଆଦେଶର ନକଲ ପାଇବାକୁ ସକ୍ଷମ କରିଥାଏ । ଏହି କେନ୍ଦ୍ରଗୁଡିକ ମାମଲାଗୁଡ଼ିକର ଇ-ଦାଖଲରେ ମଧ୍ୟ ସହାୟତା ପ୍ରଦାନ କରନ୍ତି । ଏହି କେନ୍ଦ୍ର ସବୁ ସାଧାରଣ ଲୋକ ଏବଂ ତାଙ୍କର ନ୍ୟାୟ ପାଇବା ର ଅଧିକାର ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ର ପ୍ରତିନିଧିତ୍ୱ କରେ ।

    ଇ-ସେବା କେନ୍ଦ୍ରରେ ପ୍ରଦାନ କରାଯାଉଥିବା ସୁବିଧା

    ଇ-ସେବା କେନ୍ଦ୍ରଗୁଡ଼ିକ ପ୍ରାରମ୍ଭରେ ମକଦ୍ଦମାକାରୀ ଏବଂ ଆଇନଜୀବୀମାନଙ୍କ ପାଇଁ ନିମ୍ନଲିଖିତ ସେବାଗୁଡିକ ଆରମ୍ଭ କରିବେ: –

    • ମାମଲାର ସ୍ଥିତି, ପରବର୍ତ୍ତୀ ଶୁଣାଣି ତାରିଖ ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ଅନୁସନ୍ଧାନରେ ସାହାଯ୍ୟ କରିବା ।
    • ସାର୍ଟିଫାଇଡ ନକଲ ପାଇଁ ଅନଲାଇନ୍ ଆବେଦନକୁ ସୁଗମ କରିବା ।
    • ଇ-ଫାଇଲିଂ ଆବେଦନଗୁଡିକର ସ୍କାନିଂ ରୁ ଆରମ୍ଭକରି, ଇ-ଦସ୍ତଖତ ଯୋଡିବା, ଏହାକୁ ସି ଆଇ ଏସ୍ ରେ ଅପଲୋଡ୍ କରିବା ଏବଂ ଫାଇଲିଂ ସଂଖ୍ୟା ସୃଷ୍ଟି କରିବାରେ ସହଯୋଗ କରିବା ।
    • ଇ-ଷ୍ଟାମ୍ପ କାଗଜପତ୍ର ର ଅନ୍ ଲାଇନ୍ କ୍ରୟ ଏବଂ ଇ-ଦେୟ ପ୍ରଦାନ ରେ ସାହାଯ୍ୟ କରିବା ।
    • ଆଧାର ନମ୍ବର ଦ୍ୱାରା ଡିଜିଟାଲ୍ ଦସ୍ତଖତ ର ଆବେଦନ ଏବଂ ପାଇବାରେ ସାହାଯ୍ୟ କରିବା ।
    • ଆଣ୍ଡ୍ରଏଡ୍ ଏବଂ iOS ପାଇଁ ଇ-କୋର୍ଟସ ର ମୋବାଇଲ୍ ଆପ୍ ର ପ୍ରଚାର ଓ ଡାଉନଲୋଡ୍ କରିବାରେ ରେ ସାହାଯ୍ୟ କରିବା ।
    • ଜେଲରେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଇ-ମୁଲାକାତ ନିଯୁକ୍ତିର ବୁକିଂ କରିବାପାଇଁ ସାହାଯ୍ୟ କରିବା ।
    • ଛୁଟିରେ ଥିବା ବିଚାରପତିମାନଙ୍କ ସମ୍ପର୍କିତ ଅନୁସନ୍ଧାନ କୁ ପରିଚାଳନା କରିବା ।
    • ଜିଲ୍ଲା ଆଇନ ସେବା ପ୍ରାଧିକରଣ, ହାଇକୋର୍ଟ ଆଇନ ସେବା କମିଟି ଏବଂ ସୁପ୍ରିମକୋର୍ଟ ଆଇନ ସେବା କମିଟିରୁ କିପରି ମାଗଣା ଆଇନ ସେବା ପାଇପାରିବେ ସେ ବିଷୟରେ ନାଗରିକମାନଙ୍କର ମାର୍ଗଦର୍ଶନ କରିବା ।
    • ଟ୍ରାଫିକ୍ ଚାଲାଣ ମାମଲାର ଭର୍ଚୁଆଲ୍ କୋର୍ଟ ମାଧ୍ୟମରେ ପରିସମାପ୍ତି ଏବଂ ଟ୍ରାଫିକ ଚାଲାଣ ଓ ସାମାନ୍ୟ ଅପରାଧ ମାମଲାର ଅନଲାଇନ କମ୍ପାଉନ୍ଡ଼ିଙ୍ଗରେ ସହଯୋଗ କରିବା ।
    • ଭିଡିଓ କନଫେରନ୍ସ ମାଧ୍ୟମରେ କୋର୍ଟର ଶୁଣାଣି ବ୍ୟବସ୍ଥା ତଥା ଏହାର ଆୟୋଜନ କରିବାର ପଦ୍ଧତିକୁ ବ୍ୟାଖ୍ୟା କରିବା ।
    • ଇମେଲ, ହ୍ବାଟସ ଆପ୍ କିମ୍ବା ଅନ୍ୟ କୌଣସି ଉପଲବ୍ଧ ବ୍ୟବସ୍ଥା ମାଧ୍ୟମରେ ନ୍ୟାୟିକ ନିର୍ଦ୍ଦେଶ / ରାୟର ସଫ୍ଟ କପି ପ୍ରଦାନ କରିବା ।