Close

    ନାଗରିକ କୈନ୍ଦ୍ରିକ ବିତରଣ ପ୍ରଦାନ କରିବାରେ ଉତ୍କର୍ଷତା ପାଇଁ 2022 ଜାତୀୟ ସ୍ୱର୍ଣ୍ଣ ପୁରସ୍କାର

    2022goldaward

    ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଇ-କମିଟି ଏବଂ ନ୍ୟାୟ ବିଭାଗକୁ ନାଗରିକ କୈନ୍ଦ୍ରିକ ବିତରଣ ପ୍ରଦାନ କରିବାରେ ଉତ୍କର୍ଷତା ପାଇଁ ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗ ଦ୍ୱାରା 5 ଲକ୍ଷ ଟଙ୍କା, ଏକ ଟ୍ରଫି ଏବଂ ବିଚାର ଏବଂ ଆଦେଶ ଅନୁସନ୍ଧାନ ପୋର୍ଟାଲ ପାଇଁ ଏକ ପ୍ରମାଣପତ୍ର ସହିତ ସମ୍ମାନଜନକ ଜାତୀୟ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥିଲା । 26 ନଭେମ୍ବର 2022 ରେ ଜାମ୍ମୁରେ ଅନୁଷ୍ଠିତ ଇ-ଗଭର୍ଣ୍ଣାନ୍ସ (ଏନସିଇଜି) ଉପରେ 25 ତମ ଜାତୀୟ ସମ୍ମିଳନୀରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା ।

    ବିଚାର ଏବଂ ଆଦେଶ ସନ୍ଧାନ ପୋର୍ଟାଲ

    ଏଠାରେ କ୍ଲିକ କରନ୍ତୁ –
    https://judgments.ecourts.gov.in/pdfsearch/index.php

    o ବିଚାର ଏବଂ ଆଦେଶ ସନ୍ଧାନ ପୋର୍ଟାଲ 24 * 7 ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କରିଥାଏ ।
    o 1 କୋଟିରୁ ଅଧିକ ଉଚ୍ଚ ନ୍ୟାୟାଳୟ ରାୟର ମୁକ୍ତ ପି. ଡି. ଏଫ୍. ଡାଉନଲୋଡ୍ ।
    o ମକଦ୍ଦମାକାରୀ/ସର୍ବସାଧାରଣ/ବ୍ୟବହାରକାରୀ ଉଚ୍ଚ ନ୍ୟାୟାଳୟ ରାୟ ପୋର୍ଟାଲର ଏହି କେନ୍ଦ୍ରୀକୃତ ଭଣ୍ଡାରରୁ କିଛି ମିନିଟ୍ ମଧ୍ୟରେ ରାୟର ପ୍ରାମାଣିକ ନକଲ ପାଇପାରିବେ ।
    o ଏହି ପୋର୍ଟାଲ ଅଭିଗମ୍ୟତା ଅନୁପାଳନକାରୀ, ଏବଂ ଏହି ରାୟଗୁଡ଼ିକ ପି. ଡବ୍ଲ୍ୟୁ. ଡି. ମାନଙ୍କ ପାଇଁ ଡିଜିଟାଲ୍ ଭାବେ ଉପଲବ୍ଧ ।
    o ଜଜମେଣ୍ଟ ସର୍ଚ୍ଚ ପୋର୍ଟାଲ ନ୍ୟାୟ ପାଇବାର ଅଧିକାରର ସାମ୍ବିଧାନିକ ଆଦେଶ ଉପରେ ଆଧାରିତ, ଯାହା ରାୟ/ଆଦେଶ ପାଇବାର ଅଧିକାରକୁ ଅନ୍ତର୍ଭୁକ୍ତ କରେ ।

    award1

    ପୁରସ୍କାର ର ସବିଶେଷ ବିବରଣୀ

    ନାମ: ନାଗରିକ କୈନ୍ଦ୍ରିକ ବିତରଣ ପ୍ରଦାନ କରିବାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ୱର୍ଣ୍ଣ ପୁରସ୍କାର

    Year: 2022