Close

    ଇ-କୋର୍ଟ୍ ସେବା ପୋର୍ଟାଲ୍

    ecourts_services

    ଏହା ଏକ କେନ୍ଦ୍ରୀଭୁତ ପ୍ରବେଶ ଦ୍ୱାର ଯାହାକି ଇ-କୋର୍ଟ୍ ପ୍ରୋଜେକ୍ଟ ଅଧିନରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସେବାଗୁଡିକର ଲିଙ୍କ ପ୍ରଦାନ କରେ। ଏହା ନାଗରିକ, ମହକିଲ, ଆଇନଜୀବୀ, ସରକାରୀ ତଥା ଆଇନ ପ୍ରଣୟନକାରୀ ସଂସ୍ଥା ଭଳି ହିତାଧିକାରୀଙ୍କୁ ଦେଶର ନ୍ୟାୟିକ ବ୍ୟବସ୍ଥା ସହିତ ଜଡିତ ତଥ୍ୟ ଏବଂ ସୂଚନା ପାଇବାରେ ସକ୍ଷମ କରିଥାଏ ।

    ଇ-କୋର୍ଟ୍ସ ଜାତୀୟ ସେବା ପୋର୍ଟାଲ୍ ବିଭିନ୍ନ ସେବା ତଥା ସୂଚନା ପ୍ରଦାନ କରୁଥିବା ତଥ୍ୟର ଏକ ଅନଲାଇନ ଗନ୍ତାଘର ଭାବରେ କାର୍ଯ୍ୟ କରିବାସହ ନିମ୍ନଲିଖିତ ସୂଚନାପ୍ରଦାନ କରିଥାଏ। ଯେପରିକି:-

    • ବାଦ ତାଲିକା (cause list)
    • ମୋକଦ୍ଧମାର ସ୍ଥିତି: କେସ ସ୍ଥିତି ବିଭିନ୍ନ ପ୍ରକାର ଉପାୟରେ ସନ୍ଧାନ କରାଯାଇପାରେ ଯେପରିକି ମକଦ୍ଦମା ର ସଂଖ୍ୟା, FIR ସଂଖ୍ୟା, ପକ୍ଷଙ୍କ ନାମ, ଆଇନଜୀବୀଙ୍କ ନାମ, ଫାଇଲ ସଂଖ୍ୟା, ଆଇନ କିମ୍ବା ମକଦ୍ଦମାର ପ୍ରକାର ।
    • ଦୈନିକ ଆଦେଶ ଏବଂ ଅନ୍ତିମ ରାୟ ଗୁଡିକ, CNR ସଂଖ୍ୟା, କେସ ସଂଖ୍ୟା, କୋର୍ଟ୍ ସଂଖ୍ୟା ଏବଂ ଆଦେଶ ତାରିଖ ଇତ୍ୟାଦି ଅନୁସାରେ ସନ୍ଧାନକରି ପ୍ରାପ୍ତ କରାଯାଇପାରିବ ।

    Visit : http://services.ecourts.gov.in