Close

    ନ୍ୟାୟାଳୟ ଏବଂ COVID-19: ନ୍ୟାୟିକ ଦକ୍ଷତା ପାଇଁ ସମାଧାନର ଅନୁମୋଦନ

    Publish Date: December 19, 2020
    Adopting-Solutions

    ମାନ୍ୟବର ଡକ୍ଟର ନ୍ୟାୟମୁର୍ତ୍ତି ଡି. ୱ।ଇ. ଚନ୍ଦ୍ରଚୂଡ, ବିଶ୍ଵ ବ୍ୟାଙ୍କ ରେ “ନ୍ୟାୟାଳୟ ଏବଂ କୋଭିଡ-୧୯ : ନ୍ୟାୟିକ ଦକ୍ଷତା ପାଇଁ ସମାଧାନର ବିଷୟ ରେ ତା ୧୭.୦୬.୨୦୨୦ ରୀଖ ରେ ଏକ ଅଭିଭାଷଣ ପ୍ରଦାନ କରି , ଭାରତ ରେ କୋଭିଡ -୧୯ ମହାମାରୀ ନିୟନ୍ତ୍ରଣ ପାଇଁ ତତକ୍ଷଣାତ ନିଆଯାଇଥିବା ନ୍ୟାୟିକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏହି ଉଦ୍ଦେଶ୍ୟରେ ଭାରତ ର ସର୍ବୋଚ୍ଚ ନ୍ୟାୟାଳୟ ଲିମିଟେସନ ସମୟକୁ ସ୍ଥଗିତ ରଖିବାସହ ଅନ୍ତରୀଣ ଆଦେଶଗୁଡିକ ଏବଂ ଜାମିନ ସର୍ତ୍ତ ଆଦେଶଗୁଡିକ ର କାର୍ଯ୍ୟକାରୀ ସମୟସୀମା ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ ରେ ଶୁଣାଣୀ ପାଇଁ ନିୟମାବଳୀ, ଜରୁରୀ ଶୁଣାଣି ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଏବଂ ଇ-ଫାଇଲିଙ୍ଗ ପରି ପଦକ୍ଷେପ, ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଆହ୍ଵାନକୁ କୁ ପରାଭୂତ କରିବା ନିମନ୍ତେ ଗ୍ରହଣ କରା ଯାଇଛି।
    ମାନ୍ୟବର ନ୍ୟାୟମୂର୍ତ୍ତି, ଇ-କମିଟି ଦ୍ଵାରା ଗ୍ରହଣ କରାଯାଇଥିବା ଇ-ପଦକ୍ଷେପ ମାଧ୍ୟମ ରେ ହାସଲ ହୋଇଥିବା ମାଇଲ ଖୁଣ୍ଟ ବିଷୟ ରେ ମଧ୍ୟ ଆଲୋଚନା କରିଥିଲେ । ଯେଉଁ ଥିରେ ଅନ୍ତର୍ଭୁକ୍ତ ହେଉଛି:

      • ଏକ ମୁକ୍ତ ଏବଂ ମାଗଣା ସଫ୍ଟୱେର ଆଧାରିତ କେସ ସୂଚନା ଏବଂ ପରିଚାଳନା ପ୍ରଣାଳୀ ର ବିକାଶ।
      • କୋର୍ଟ ପରିସର ମଧ୍ୟ ରେ ଇ-ସେବା କେନ୍ଦ୍ର ପ୍ରତିଷ୍ଠା ।
      • ସାମାନ୍ୟ ଟ୍ରାଫିକ ଅପରାଧ ପାଇଁ ଭରଚୁଆଲ କୋର୍ଟ ଗୁଡିକ ଉଦଘାଟିତ ହୋଇଛି, ଯେଉଁଥିରେ ଗୌଣ ଅପରାଧ କୁ ସ୍ଵୀକାର କରିବା ଏବଂ ଜୋରିମାନା ଅନଲାଇନ ମାଧ୍ୟମ ରେ ପ୍ରଦାନ କରିବା ର ବିକଳ୍ପ ରହିଛି, ଏହାକୁ ଅସ୍ବୀକାର କରିବା ସ୍ଥଳେ ଏହି ମାମଲା କୁ କୋର୍ଟ ରେ ଲଢିବାର ବିକଳ୍ପ ମଧ୍ୟ ରଖାଯାଇଛି ।
      • ଦେଶର ସମସ୍ତ ଜିଲ୍ଲା, ତାଲୁକା କୋର୍ଟ ଏବଂ ହାଇ କୋର୍ଟ ରେ ବିଚାରାଧିନ, ତଥା ପରିସମାପ୍ତ ମାମଲାଗୁଡିକ ସମ୍ବନ୍ଧୀୟ ତଥ୍ୟ ର ଜାତୀୟ ଭଣ୍ଡାର ଭାବେ ଏକ ଜାତୀୟ ଯୁଡିସିଆଲ ଡାଟା ଗ୍ରୀଡ ର ବିକାଶ ।
      • ସମନ (ତଲବପତ୍ର) ପ୍ରଦାନରେ ଘଟୁଥିବା ବିଳମ୍ବ ର ମୁକାବିଲା ନିମନ୍ତେ ଜିପିଏସ (GPS) ସମ୍ବଳିତ ଏନସ୍ଟେପ (NSTEP) ସଫ୍ଟୱୟାର ଆପ୍ଲିକେଶନ ର ବିକାଶ ପ୍ରକ୍ରିୟା ପ୍ରାରମ୍ଭ ହୋଇଛି ।
      • ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ପ୍ରଦତ୍ତ ରାୟ ଗୁଡିକର ଅନୁବାଦ, ଏକ ପ୍ରକାର ଢାଞ୍ଚା ରେ ଥିବା ମାମଲା ଗୁଡିକୁ ଯାଞ୍ଚ , ଚେକ ବାଉନସିଙ୍ଗ ମାମଲା ତଥା ଅନ୍ୟ ମାମଲାଗୁଡିକର ପ୍ରକ୍ଷେପ ପଥ ଉପରେ ନଜର ରଖିବା ପାଇଁ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନସ (AI)) ର ବ୍ୟବହାର କରାଯାଉଛି ।

    ସେ ପରାମର୍ଶ ଦେଇଛନ୍ତି ଯେ ସରକାର ସର୍ବ ବୃହତ ମକଦ୍ଦମାକାରୀ ରୂପେ, AI (କୃତ୍ରିମ ବୁଦ୍ଧିମତା) କୁ ବ୍ୟବହାର କରି ଫଳାଫଳର ପୂର୍ବନୁମାନ କରିପାରିବେ ଏବଂ ବସ୍ତୁନିଷ୍ଟ ବିଚାର/ନିସ୍ପତି/ବନ୍ଦୋବସ୍ତ ରେ ପହଞ୍ଚି ପାରିବେ ।

    ବ୍ରିଟିଶ ସରକାରଙ୍କ ରାଜକୀୟ ନ୍ୟାୟାଳୟ ଏବଂ ଟ୍ରିବୁନାଲ ସେବାର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସୁଜାନ୍ ହୁଡ୍ ଙ୍କ କଥାକୁ ଉର୍ଦ୍ଧୁତ କରି ସେ କହିଥିଲେ ଯେ, “ଆମର କାର୍ଯ୍ୟଶୈଳୀ ଆମର ନୀତି ମାନଙ୍କପରି ଅତି ପୁରୁଣା ହେବା ର ଆବଶ୍ୟକତା ନାହିଁ” । ଆଧୁନିକ ପ୍ରଯୁକ୍ତି ବିଦ୍ୟା ନ୍ୟାୟାଳୟ ମାନଙ୍କରେ ଆମର ସଶରୀରେ ଉପସ୍ଥିତିର ଅବଶ୍ୟକତାକୁ ବଦଳାଇ ଦେଇଛି । ନାଗରିକମାନଙ୍କ ସେବା ଉପଲକ୍ଷେ ନ୍ୟାୟ ବ୍ୟବସ୍ଥା କୁ ମନନ କରିବାର ଆବଶ୍ୟକତା ଅଛି । ନ୍ୟାୟର ଅନ୍ତର୍ଭୁକ୍ତିତ୍ଵ ର ମହତ୍ତ୍ବ ଉପରେ ଆଲୋକପାତ କରି ସେ କହିଲେ ଯେ ଇ-କୋର୍ଟ ପଦକ୍ଷେପ ଗୁଡିକର ଇନ୍ଟର୍ଫେସ୍ (ବିଷୟ ମଧ୍ୟରେ ହେଉଥିବା ଆଦାନ ପ୍ରଦାନ ) ନ୍ୟାୟ ପ୍ରାପ୍ତି ପାଇଁ ପଥ ସୁଗମ କରିବା ଉଚିତ ଯାହା ଏକ ଉପଭୋକ୍ତା କୈନ୍ଦ୍ରିକ ଗଠନରୀତି (ମଡେଲ) କୁ ଦୃଷ୍ଟିରେ ରଖି ଏପରି ପ୍ରୟୋଗ ଏବଂ ୱେବସାଇଟ ର ପରିକଳ୍ପନା କରି ହାସଲ କରାଯାଇପାରିବ । ସେ ଦୃଢୋକ୍ତି ଦେଇ କହିଲେ ଯେ ସମ୍ବେଦନଶୀଳତା, ସ୍ଥିରତା ଏବଂ ସ୍ଵଛତା ନୀତିକୁ ଆଧାର କରି ଭବିଷ୍ୟତ ର ମାର୍ଗ ପ୍ରସ୍ତୁତ ହେବା ଉଚିତ । ଏଥିପାଇଁ ବିଭିନ୍ନ ହିତାଧିକାରୀ, ସରକାର, ଆଇନଜୀବୀ, ବେସରକାରୀ କ୍ଷେତ୍ର ଏବଂ ବ୍ୟକ୍ତି ବିଶେଷ ଙ୍କ ସହ ବିଚାର ବିମର୍ଷର ଆବଶ୍ୟକତା ରହିଛି । ଡିଜିଟାଲ ବିଭାଜନ ହ୍ରାସ ପାଇଁ ମତାମତ ବ୍ୟବସ୍ଥାର ପ୍ରସ୍ତୁତି, ଅନ୍ତର୍ଭୁକ୍ତିକ ଢାଞ୍ଚାର ବିକାଶ, ହିତାଧିକାରୀଙ୍କ ପ୍ରଶିକ୍ଷଣ, ମାନକୀ କରଣ ବଜାୟରଖିବା ଏବଂ ସାରାଦେଶର ନ୍ୟାୟାଳୟମାନଙ୍କରେ ସମାନତା ଏବଂ ବଳିଷ୍ଠ ତଥ୍ୟ ସୁରକ୍ଷା ଓ ତଥ୍ୟ ସ୍ଥାନାନ୍ତରଣ ବ୍ୟବସ୍ଥା ର ବିକାଶର ହେବା ଦରକାର ।