ଇ-କୋର୍ଟ ସେବା ମୋବାଇଲ ଆପ ଏବଂ ଜଷ୍ଟ ଆଇ.ଏସ.(JustIS) ଆପ ସହ ଭାରତୀୟ ବିଧି (ଇଣ୍ଡିଆ କୋଡ) ଆପ ର ସଂଯୋଗୀକରଣ

ଉଭୟ ଇ-କୋର୍ଟ୍ସ ମୋବାଇଲ ଆପ ଏବଂ ଜଷ୍ଟ ଆଇ.ଏସ.(JustIS) ଆପ ସହ ଏକ ନୂତନ ବୈଶିଷ୍ଟ୍ୟ ରୂପେ “ଇଣ୍ଡିଆ କୋଡ”/ଭାରତୀୟ ବିଧି ଆପ କୁ ସଂଯୁକ୍ତ କରାଯାଇଛି, ଯାହା ବ୍ୟବହାରକାରୀ ମାନଙ୍କୁ ମୋବାଇଲ ରେ ସମସ୍ତ ଆଇନ ବା ନିୟମାବଳୀ ଏବଂ ବିଜ୍ଞପ୍ତି କୁ ପାଇବାରେ ସାହାଯ୍ୟ କରିବ । ଏହା ଦ୍ୱାରା ବ୍ୟବହାରକାରୀ ସମସ୍ତ ମୂଳ ଆଇନ ଗୁଡିକୁ ଆବଶ୍ୟକ ସମୟରେ ତତ୍କ୍ଷଣାତ ଦେଖିପାରିବେ । ଉଦାହରଣ ସ୍ୱରୂପ ଯଦି ଆପଣ ଫୌଜଦାରି ଆଇନ ୧୯୭୩ ର କୌଣସି ଦଫା କୁ ଅନୁସରଣ କରିବାକୁ ଚାହୁଁଛନ୍ତି ତେବେ ଏହି ମୋବାଇଲ ଆପ୍ଳିକେସନ (ପ୍ରୟୋଗ) ମାଧ୍ୟମରେ ସହଜରେ ପ୍ରାପ୍ତ କରିପାରିବେ । ଆଶା କରୁଛୁ ଏହି ବୈଶିଷ୍ଟ୍ୟ (ଫିଚର) ର ସଂଯୋଗୀକରଣ ଏହି ପ୍ରୟୋଗ ଗୁଡିକର କାର୍ଯ୍ୟକ୍ଷମତା ବୃଦ୍ଧି କରିବ । ଏ ସଂକ୍ରାନ୍ତରେ ଆପଣଙ୍କର ମତାମତ ପାଇଲେ ଖୁସି ହେବୁ।