Close

    ଇ-କୋର୍ଟ୍ସ ମୋବାଇଲ ଆପ ସେବା

    ECourts APP

    ଇ-କୋର୍ଟ୍ ସେବା ମୋବାଇଲ ଆପ, ଦେଶରେ ଏକ ବୈପ୍ଲବିକ ଅଦାଲତୀ ସୂଚନା ଉପକରଣ ଭାବରେ ଡିଜିଟାଲ ଇଣ୍ଡିଆ ପୁରସ୍କାର ଗ୍ରହଣ କରିଛି । ଇ-କୋର୍ଟ୍ ମୋବାଇଲ ସେବା ଆପ୍ଲିକେସନ, ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ ଷ୍ଟୋରରେ ଉପଲବ୍ଧ । ଏହି ମୋବାଇଲ ଆପ୍ ଜରିଆରେ ମକଦ୍ଦମା ର ସ୍ଥିତି, ବାଦ ତାଲିକା, ଅଦାଲତଙ୍କ ଆଦେଶ ସବୁ ସହଜରେ ଜାଣିହେବ। ଏହିସବୁ ସେବା ଅହୋରାତ୍ର ଉପଲବ୍ଧ । ନ୍ୟାୟପାଳିକାର ସଦସ୍ୟ, ଓକିଲ, ମହକିଲ, ପୋଲିସ, ସରକାରୀ ସଂସ୍ଥା ଏଵଂ ଅନ୍ୟ ହିତାଧିକାରୀ ମାନଙ୍କ ପାଇଁ ଏହା ନିତାନ୍ତ ଦରକାରୀ। ଏହା ବିଭିନ୍ନ ପ୍ରକାର ଉପାୟରେ ଯେପରିକି CNR (କୌଣସି ଜିଲ୍ଲା କିମ୍ବା ତାଲୁକା ଅଦାଲତରେ ଦାଖଲ ହୋଇଥିବା ପ୍ରତ୍ୟକ ମାମଲାରେ ପ୍ରଦାନ କରାଯାଇଥିବା ଏକ ସ୍ୱତନ୍ତ୍ର ସଂଖ୍ୟା), ମକଦ୍ଦମା ର ସଂଖ୍ୟା, FIR ସଂଖ୍ୟା, ପକ୍ଷଙ୍କ ନାମ, ଆଇନଜୀବୀଙ୍କ ନାମ, ଫାଇଲ ସଂଖ୍ୟା, ଆଇନ, ମକଦ୍ଦମା ର ପ୍ରକାର କିମ୍ବା ପ୍ରାସଙ୍ଗିକ କାର୍ଯ୍ୟପରି ଅଦାଲତରେ ବିଚାରାଧୀନ ମାମଲା ସମ୍ବନ୍ଧୀୟ ତଥ୍ୟକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିଥାଏ । ଜିଲ୍ଲା ଏବଂ ତାଲୁକା କୋର୍ଟ୍ ପାଇଁ ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ଼ ରେ ଉପଲବ୍ଧ ତଥ୍ୟ ବର୍ତ୍ତମାନ ଏହି ମୋବାଇଲ ରେ ଆପ ମାଧ୍ୟମରେ ପ୍ରାପ୍ତ ହୋଇପାରିବ । ଏହାର ଡାଉନଲୋଡ ସଂଖ୍ୟା ୪,୬୫ ନିୟୁତରୁ ଅଧିକରେ ପହଞ୍ଚିଛି ଯାହା ଏହାର ଲୋକପ୍ରିୟତା ଏବଂ ଉପଯୋଗିତାକୁ ଦର୍ଶାଉଛି ।

    ଏହି ଆପ୍ କୁ ଏକ QR କୋଡ୍ ସହିତ ସଂଯୁକ୍ତ କରି ଅଦ୍ୟତନ କରାଯାଇଛି । ଫଳସ୍ୱରୂପ ଜଣେ ଉପଭୋକ୍ତା କେବଳ QR କୋଡ୍ ସ୍କାନ୍ କରି ମୋବାଇଲ୍ ଫୋନରେ କେସ୍ ବିବରଣୀ ପାଇପାରିବେ । ଇ-କୋର୍ଟ୍ସ ୱେବସାଇଟ୍ ଏବଂ ଇକୋର୍ଟ୍ସ ମୋବାଇଲ୍ ସେବା ଆପ୍ଳିକେସନ ମାଧ୍ୟମରେ QR କୋଡ୍ ମିଳିପାରିବ । ଏଥିରେ ଏକ ସୁବିଧା ‘ମାମଲାର ଇତିହାସ’ କୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ପ୍ରଥମ ଶୁଣାଣି ସମୟରୁ ବର୍ତ୍ତମାନର ସ୍ଥିତି ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ମାମଲାରେ ଘଟିଥିବା ସମସ୍ତ ଘଟଣା ତଥା ଆଦେଶ କୁ ଦେଖିବା ପାଇଁ ସକ୍ଷମ କରିଥାଏ । ଏଥିରେ ଥିବା ‘କେସ୍ ତାରିଖ ତାଲିକା’ ବ୍ୟବସ୍ଥା ଆଇନ୍ଜୀବୀମାନଙ୍କ ପାଇଁ ବାଦ ତାଲିକା (cause list )ସୃଷ୍ଟି କରିବାରେ ସୁବିଧା କରିଥାଏ ।