Close

    ଶ୍ରୀଯୁକ୍ତ କୁଳଦୀପ ସିଂ କୁଶୱା

    Kuldeep Singh Kushwah
    • ଇ-ମେଲ: ms-ecommittee[at]aij[dot]gov[dot]in
    • ପଦବୀ: ସଦସ୍ୟ – ସିଷ୍ଟମ୍ସ

    ମହାଶୟ ୧୯୯୯ ରେ କମ୍ପ୍ୟୁଟର ସାଇନ୍ସ ରେ ବି.ଟେକ ଏବଂ ୨୦୦୪ ରେ ଇଞ୍ଜିନିୟରିଂ ରେ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିବା ପରେ ୨୦୧୧ ରେ ଜବଲପୁର (ଏମ.ପି.) ରୁ ଆଇନ୍ ରେ ସ୍ନାତକ ଶିକ୍ଷା ହାସଲ କରିଥିଲେ । ୬ ଫେବୃୟାରୀ, ୨୦୧୨ ରୁ ୩୧ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ଭାରତୀୟ ଉଚ୍ଚତ୍ତମ ନ୍ୟାୟାଳୟରେ ସ୍ଵତନ୍ତ୍ର ଦାୟିତ୍ଵ ନିର୍ବାହୀ ଅଧିକାରୀ (ଓଏସଡି)(ସୂଚନା ପ୍ରଯୁକ୍ତି ବିଦ୍ୟା) ଭାବେ ନିଯୁକ୍ତି ପାଇଲେ । ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ୨ ଜୁନ ୨୦୦୮ରୁ ରେଜିଷ୍ଟ୍ରାର (ଆଇଟି)ଭାବେ ନିଯୁକ୍ତି ପାଇଲେ ଏବଂ ସେ କେନ୍ଦ୍ରୀୟ ପ୍ରକଳ୍ପ ସଂଯୋଜକଙ୍କ ଦାୟିତ୍ଵ ମଧ୍ୟ ପରିଚଳନା କରିଥିଲେ ।

    କୃତିତ୍ୱ (ବୈଷୟିକ)
    • ମହାଶୟ ୨୦୧୯ ରେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟ ରେ ଅନଲାଇନ ସାର୍ଟିଫିଏଡ୍ କପି ସଫ୍ଟୱେର ର ବିକାଶ ଏବଂ କାର୍ଯ୍ୟ କାରିତା ଉପରେ କାର୍ଯ୍ୟ କରିଥିଲେ ।
    • ୨୦୨୦ ରେ ମଧ୍ୟ ପ୍ରଦେଶ ର ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନ ଅଦାଲତ୍ ଗୁଡିକର ରେକର୍ଡ ର ଡିଜିଟାଇଜେସନ୍ ପାଇଁ ଘରୋଇ ଡି.ଏମ୍ .ଏସ୍ . ର ବିକାଶ ଏବଂ କାର୍ଯ୍ୟାନ୍ୱୟନ କରିଥିଲେ।
    • ଉଚ୍ଚତ୍ତମ ନ୍ୟାୟାଳୟ ର କମ୍ପ୍ୟୁଟରୀକରଣ :- ୧୦ ମଇ ୨୦୧୭ ରେ ବିଜ୍ଞାନ ଭବନ, ନୂଆଦିଲ୍ଲୀ ଠାରେ ଉଚ୍ଚତ୍ତମ ନ୍ୟାୟାଳୟ ର ଆଇ.ସି.ଏମ.ଆଇ.ଏସ (ICMIS) ସଫ୍ଟୱେର ଏବଂ ନୂଆ ୱେବ ସାଇଟ ର ଉଦଘାଟନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ମୋଦି ଏବଂ ଭାରତର ତତ୍କାଳୀନ ମାନ୍ୟବର ପ୍ରଧାନ ବିଚାରପତି ଶ୍ରୀ ଜେ.ଏସ. ଖେହେର ଙ୍କ ଦ୍ଵାରା ହୋଇଥିଲା ।
    • ୨୦୧୯ ରେ ମଧ୍ୟ ପ୍ରଦେଶର ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନ ଅଦାଲତ୍ ପାଇଁ ସଫ୍ଟୱେର ମାଧ୍ୟମରେ ପରିସଂଖ୍ୟାନ ବିଭାଗରେ ନ୍ୟାୟିକ କ୍ଷେତ୍ର ସମ୍ବନ୍ଧୀୟ ବିବରଣୀ ର ସ୍ୱୟଂକ୍ରିୟ ଉତ୍ପତି ପ୍ରକ୍ରିୟା ବିକଶିତ କରିଥିଲେ।
    • ଅର୍ଥ ବିଭାଗ ସଫ୍ଟୱେର ସହିତ ଇ-କୋର୍ଟ୍ ଫି ସଫ୍ଟୱେରର ଏକୀକରଣ ଯଥା : ଟି.ସି.ଏସ୍. ଦ୍ଵାରା ବିକଶିତ ସାଇବର ଟ୍ରେଜେରୀ ।
    • ୨୦୧୮ ରେ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନ ଅଦାଲତ୍ ପାଇଁ ସଂଗ୍ରହ କରାଯାଇଥିବା ସମସ୍ତ ହାର୍ଡୱେର ଦ୍ରବ୍ୟ ଗୁଡିକର ସବିଶେଷ ତାଲିକା ଏବଂ ଅଭିଯୋଗ ପରିଚାଳନା ସଫ୍ଟୱେର
    • ୨୦୧୭ ରେ ଅନ୍ ଲାଇନ୍ ସୂଚନା ଅଧିକାର ସଫ୍ଟୱେର ବିକଶିତ ହୋଇଛି।
    • ୨୦୧୮ ରେ ସି.ଏମ.ଆଇ.ଏସ. ସଫ୍ଟୱେର ପାଇଁ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟ ରେ କ୍ଲାଉଡ ଟେକନୋଲଜି ଲାଗୁ ହୋଇଛି ।
    • ଏମ.ପି. ଉଚ୍ଚ ନ୍ୟାୟାଳୟ/ଅଧିନସ୍ଥ ଅଦାଲତ୍ ରେ ଇ-ଉପସ୍ଥାନ ବ୍ୟବସ୍ଥାର କାର୍ଯ୍ୟକାରିତା ।
    • ଏମ.ପି. ଉଚ୍ଚ ନ୍ୟାୟାଳୟ ସଫ୍ଟୱେର ସହିତ ଆଡଭୋକେଟ ଜେନେରାଲ ଅଫିସ ର ସଞ୍ଜୋଗୀକରଣ :-
    • ୨୦୧୬ ରେ ଉଚ୍ଚ ନ୍ୟାୟାଳୟ ର ପ୍ରାସଙ୍ଗିକ ସ୍କାନ/ଡିଜିଟାଇଜଡ ଡାଟା ଡାଉନଲୋଡ/ ଦେଖିବା ପାଇଁ ଆଡଭୋକେଟ ଜେନେରାଲ ଅଫିସ ବ୍ୟବହାରକାରୀଙ୍କୁ ଲଗ୍ଇନ୍ ଆଇଡି ଏବଂ ପାସୱ।ର୍ଡ ପ୍ରଦାନ କରାଯାଇଛି ।
    • ନ୍ୟାୟିକ ଅଧିକାରୀ/ଉଚ୍ଚ ନ୍ୟାୟାଳୟ କର୍ମଚାରୀ/ ଅଧସ୍ତନ ଅଦାଲତ୍ ର କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ସୂଚନା ବ୍ୟବସ୍ଥା ସଫ୍ଟୱେର ବିକଶିତ କରି କାର୍ଯ୍ୟକାରୀ କରାଯାଇଛି ।
    • ନ୍ୟାୟିକ ଅଧିକାରୀ ପ୍ରଶିକ୍ଷଣ ସଂସ୍ଥା ର ପତ୍ରିକା ତଥା ଇଣ୍ଡିଆନ ଳଵ ରିପୋର୍ଟର ପତ୍ରିକା ସଫ୍ଟୱେର ବିକଶିତ କରି କାର୍ଯ୍ୟକାରୀ କର।ଯାଇଛି ।
    • ଉଚ୍ଚ ନ୍ୟାୟାଳୟ ପାଇଁ ସି.ଏମ.ଆଇ.ଏସ (CMIS) ସଫ୍ଟୱେର ବିକାଶ ଏବଂ କାର୍ଯ୍ୟାନ୍ୱୟନ :- ଏହି ସଫ୍ଟୱେର ଉଦ୍ୟୋଗ ସମ୍ବଳ ଯୋଜନା ର ଭାବଧାରା ଉପରେ ଆଧାରିତ ଯାହା ଦ୍ଵାରା ଉଚ୍ଚ ନ୍ୟାୟାଳୟ ର ଭବିଷ୍ୟତ ଆବଶ୍ୟକତାକୁ ପୂରଣ କରିବାକୁ ମାନବ ସମ୍ବଳ, ଭିତ୍ତିଭୂମି, ସମୟ ପରିଚାଳନା ଇତ୍ୟାଦି ପ୍ରତ୍ୟେକ ସମ୍ବଳର ସର୍ବୋତ୍କୃଷ୍ଠ ବ୍ୟବହାର କରାଯାଇପାରିବ । ସମସ୍ତ କର୍ମଚାରୀ ଉତ୍ତରଦାୟୀ, ଦାୟିତ୍ଵସମ୍ପନ୍ନ ରହିବେ ଏବଂ କମ୍ପ୍ୟୁଟର ପ୍ରୋଗ୍ରାମ ମାଧ୍ୟମରେ ତାଙ୍କୁ ଦିଆଯାଇଥିବା ଦାୟିତ୍ଵ ନିର୍ବାହ କରିବେ । ଏହି ସଫ୍ଟୱେର କର୍ମଚାରୀଙ୍କ ପାଇଁ ପ୍ରତ୍ୟହ ଆବଶ୍ୟକୀୟ ଭର୍ଚୁଆଲ୍ ୱ।ର୍କ ସୃଷ୍ଟି କରିବା ପାଇଁ ବିକଶିତ ହୋଇଛି । ଯାହା ସେମାନଙ୍କର କାର୍ଯ୍ୟଭାର ହ୍ରାସ କରିଛି ଏବଂ ଦକ୍ଷତା ସ୍ତରକୁ ବୃଦ୍ଧି କରିଛି,ଏହି ସଫ୍ଟୱେର ରେ ଡିଜିଟାଲ ସ୍ବାକ୍ଷରିତ ହୋଇଥିବା ଇ-ମେମୋ ସମ୍ପୃକ୍ତ ଉପଭୋକ୍ତା ମାନଙ୍କୁ ସେମାନଙ୍କର ନିଜ ଇ-ମେଲ ଆଇଡି ରେ ପଠାଯାଇପାରିବାର ବ୍ୟବସ୍ଥା ରହିଛି । ସ୍ଵୟଂ ସମ୍ପାଦିତ କମ୍ପୁଟର ସଫ୍ଟୱେର ବ୍ୟବସ୍ଥା ୨୦୧୪ ରେ ପ୍ରତିଦିନ ଉପଲବ୍ଧ ବିଚାରପତିଙ୍କ ମଧ୍ୟରେ କାର୍ଯ୍ୟଭାରର ସମତୁଲ ବଣ୍ଟନ ସହିତ କ୍ରମାନୁସାରେ ଏବଂ ନିର୍ଦ୍ଦିଷ୍ଟ ପ୍ରଥମିକତା କ୍ରମରେ ମାମଲାର ତାଲିକା ପ୍ରସ୍ତୁତି ସୁନିଶ୍ଚିତ କରେ ।
    • ୨୦୧୪ ରେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟ, ଅଧସ୍ତନ କୋର୍ଟ୍ ଏବଂ ପରିବାର କୋର୍ଟ୍ ପାଇଁ ସି.ଏମ.ଏସ. ଦ୍ଵିଭାଷୀ ୱେବସାଇଟ ର ବିକାଶ କରାଯାଇଛି।
    • ବିଭିନ୍ନ ନାଗରିକ ସେବା ଯୋଗାଇବା ପାଇଁ ଇନ-ହାଉସ ଶର୍ଟ ମେସେଜିଙ୍ଗ ଏବଂ ଇ-ମେଲ ସିଷ୍ଟମ କୁ ବିକଶିତ କରି କାର୍ଯ୍ୟକାରୀ କରାଯାଇଛି ।
    • ୨୦୧୩ ରେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟ, ଅଧସ୍ତନ କୋର୍ଟ୍ ଏବଂ ଫାମିଲି କୋର୍ଟ୍ ପାଇଁ ଇନ-ହାଉସ ପ୍ରୋସେସ ମ୍ୟାନେଜମେଣ୍ଟ ସଫ୍ଟୱେର କୁ ବିକଶିତ କରି କାର୍ଯ୍ୟକାରୀ କରାଯାଇଛି ।

    କୃତିତ୍ୱ (ପ୍ରଶାସନିକ) :
    • ନିର୍ଦ୍ଦେଶକ, ଏମ.ପି.ଏସ.ଜେ.ଏ (MPSJA) ଏବଂ ରେଜିଷ୍ଟ୍ରାର (ଭିତ୍ତିଭୂମି ଏବଂ କାର୍ଯ୍ୟ )ଙ୍କ ପରାମର୍ଶକ୍ରମେ ସୂଚନା ଓ ପ୍ରଯୁକ୍ତି ସହିତ ଜଡିତ ୧୪ ଏବଂ ୧୫ ତମ ଅର୍ଥ ଆୟୋଗ ସମ୍ବନ୍ଧୀୟ କାର୍ଯ୍ୟ ।
    • ମଧ୍ୟ ପ୍ରଦେଶ ରାଜ୍ୟ ରେ ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନ ଅଦାଲତ୍ ସହିତ ଜଡିତ ଭିଡିଓ ସଂନିରୀକ୍ଷଣ , ବୈଷୟିକ ମାନବ ସମ୍ବଳ, ଡିଜିଟାଇଜେସନ ଏବଂ ସ୍ଥାନୀୟ କ୍ଷେତ୍ର ନେଟୱର୍କ ଏବଂ ସେ ସମ୍ବନ୍ଧୀୟ ଚୁକ୍ତିନାମା ପାଇଁ ଟେଣ୍ଡର (ଇ- ଟେଣ୍ଡର)।
    • ବୈଷୟିକ ଏବଂ ଅନ୍ଯାନ୍ଯ ଆନୁଷଙ୍ଗିକ ମାନବ ସମ୍ବଳ ର ଆଉଟ ସୋର୍ସିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ।
    • ସମସ୍ତ ଜିଲ୍ଲା ତଥା ଅଧସ୍ତନ କୋର୍ଟ୍ କମ୍ପ୍ଲେକ୍ସ, ଜିଲ୍ଲା ଡାକ୍ତରଖାନା ଏବଂ ଅନୁରୂପ ଜେଲ ରେ ଭିଡିଓ କନଫରେନ୍ସିଙ୍ଗ ସୁବିଧା ସ୍ଥାପନ । ମଧ୍ୟ ପ୍ରଦେଶ ହାଇକୋର୍ଟ୍, ଜବଲପୁର ରେ ମୁଖ୍ୟ ଆସନ ଏବଂ ଗ୍ଵାଲିୟରରେ ଏହାର ବେଞ୍ଚରେ ଭିଡିଓ କନଫରେନ୍ସିଙ୍ଗ ସୁବିଧା ଯୋଗାଇବା । ରାଜ୍ୟ ନ୍ୟାୟିକ ଏକାଡେମୀ, ଜିଲ୍ଲା ଆଇନ ସେବା କର୍ତ୍ତୁପକ୍ଷ ଙ୍କ କମ୍ପ୍ୟୁଟରୀକରଣ, ଡିଜିଟାଇଜେସନ ଇତ୍ୟାଦି ମାଧ୍ୟମରେ ଏକ କୋର୍ଟ୍ ପରିଚାଳନା ବ୍ୟବସ୍ଥା ସୃଷ୍ଟି ।
    • ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଯନ୍ତ୍ରପାତି ସମ୍ବନ୍ଧୀୟ ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନ ଅଦାଲତ୍ ର ବିଭିନ୍ନ ବଜେଟ ମୁଖ୍ୟାଂସ ର ଆକଳନ ପ୍ରସ୍ତୁତ କରିବା ।
    • ରାଜ୍ୟ ନ୍ୟ।ୟିକ ଏକାଡେମି ସହିତ ସମନ୍ଵୟ ରକ୍ଷାକରି ବର୍ଷ ସାରା ବିଭିନ୍ନ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ବିଷୟରେ କୋର୍ଟ୍ ର ସମସ୍ତ ନ୍ୟାୟିକ ଅଧିକାରୀ, ଆଡଭୋକେଟ ଏବଂ କର୍ମଚାରୀଙ୍କ ପାଇଁ ତାଲିମ ଶିବିର ର ଆୟୋଜନ ।