Close

    ମାନ୍ୟବର ଡ. ନ୍ୟାୟମୂର୍ତ୍ତି ଡି. ୱାଇ. ଚନ୍ଦ୍ରଚୂଡ୍, ବିଚାରପତି, ଭାରତର ଉଚ୍ଚତ୍ତମ ନ୍ୟାୟାଳୟ

    2020082939-ouochc3vg48n67zh41untu8p6n80fjw176qvd94ykw
    • ପଦବୀ: ଅଧ୍ୟକ୍ଷ

    ମାନ୍ୟବର ବିଚାରପତି ମହୋଦୟ ସେଣ୍ଟ ଷ୍ଟିଫେନ୍ସ ମହାବିଦ୍ୟାଳୟ, ନୂଆଦେଲ୍ଲ୍ହୀରୁ ଅର୍ଥନୀତିରେ ସମ୍ମାନ ସହିତ ବି.ଏ. ଉପାଧି; କ୍ୟାମ୍ପସ ଲ’ସେଣ୍ଟର, ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏଲ.ଏଲ.ବି. ଏବଂ ହାଭାର୍ଡ ଲ’ସ୍କୁଲ, ଯୁକ୍ତ ରାଷ୍ଟ୍ର ଆମେରିକା ରୁ ଏଲ.ଏଲ.ଏମ ଏବଂ ଏସ.ଜେ.ଡି ଉପାଧି ପ୍ରାପ୍ତ କରିଛନ୍ତି । ସେ ମହାରାଷ୍ଟ୍ର ଆଇନଜୀବୀ ପରିଷଦ ରେ ନାମ ପଞ୍ଜୀକୃତ କରି ମୁଖ୍ୟତଃ ବମ୍ବେ ଉଚ୍ଚ ନ୍ୟାୟାଳୟ ଏବଂ ଭାରତର ଉଚ୍ଚତ୍ତମ ନ୍ୟାୟାଳୟରେ ଆଇନ ବୃତ୍ତି ଗ୍ରହଣ କରିଥିଲେ ଏବଂ ୧୯୯୮ ମସିହା ରେ ବରିଷ୍ଠ ଅଧିବକ୍ତା ଏବଂ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବରେ ମନୋନୀତ ହେଲେ ।

    • ନାୟକର ନ୍ୟାୟମୂର୍ତ୍ତି ମାର୍ଚ୍ଚ ୨୯,୨୦୦୦ ମସିହା ରେ ବମ୍ବେ ଉଚ୍ଚ ନ୍ୟାୟାଳୟ ର ବିଚାରପତି ଭାବରେ ଅଧିଷ୍ଠିତ ହେଲେ ଏବଂ ମହାରାଷ୍ଟ୍ର ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ ପଦବୀ ମଣ୍ଡନ କଲେ ।

    • ଅକ୍ଟୋବର ୩୧,୨୦୧୩ ମସିହା ରେ ଆଲହାବାଦ ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ।

    • ମେ ୧୩,୨୦୧୬ ମସିହା ରେ ଉଚ୍ଚତମ ନ୍ୟାୟାଳୟ ର ବିଚାରପତି ଭାବେ ଅଧିଷ୍ଠିତ ହେଲେ ।
    • ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ତୁଳନାତ୍ମକ ସାମ୍ବିଧାନିକ ଆଇନ ରେ ପରିଦର୍ଶୀ ପ୍ରାଧ୍ୟାପକ (visiting professor) ଏବଂ ଓକଲାହୋମା ବିଶ୍ଵ ବିଦ୍ୟାଳୟର ଆଇନ ବିଦ୍ୟାଳୟ, ଯୁକ୍ତ ରାଷ୍ଟ୍ର ଆମେରିକାରେ ମଧ୍ୟ ସେ ପରିଦର୍ଶୀ ପ୍ରାଧ୍ୟାପକ ଥିଲେ ।

    • ଅଷ୍ଟ୍ରେଲିୟ ଜାତୀୟ ବିଶ୍ୱବିଦ୍ୟାଳୟ, ହ।ର୍ଭାର୍ଡ ଆଇନ ବିଦ୍ୟାଳୟ ର ୟେଲ୍ ଆଇନ ବିଦ୍ୟାଳୟ ଏବଂ ୱୀଟ୍ ୱାଟରଶ୍ରାଣ୍ଡ ବିଶ୍ୱବିଦ୍ୟାଳୟ ଦକ୍ଷିଣ ଆଫ୍ରିକାରେ ବକ୍ତୃତା ପ୍ରଦାନ କରିଥିଲେ । ମିଳିତ ଜାତିସଂଘର ମାନବାଧିକାର ହାଇକମିସନ, ଆନ୍ତର୍ଜାତୀୟ ଶ୍ରମ ସଂଗଠନ,ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ, ବିଶ୍ଵ ବ୍ୟାଙ୍କ ଏବଂ ଏସିଅନ ଡେଭଲପ୍ମେଣ୍ଟ୍ ବ୍ୟାଙ୍କ ସମେତ ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା ଗୁଡିକଦ୍ଵାରା ଆହୁତ ସମ୍ମିଳନୀରେ ବକ୍ତା ଭାବରେ ଯୋଗ ଦେଇଥିଲେ ।