Close

    ଆଶିଷ ଜେ. ସିରଧୋନକର

    ASHISH J. SHIRADHONKAR
    • ପଦବୀ: ବୈଜ୍ଞାନିକ -ଏଫ୍, ଇ-କୋର୍ଟ୍ ପ୍ରୋଜେକ୍ଟର ବିଭାଗୀୟ ମୁଖ୍ୟ

    • ମହାଶୟ ମରାଠୱାଡା ବିଶ୍ଵବିଦ୍ୟାଳୟ ରୁ କମ୍ପୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ରେ ବି.ଇ, ବି.ଆଇ.ଟି.ଏସ୍. ପିଲାନି ରୁ ସଫ୍ଟୱେର ସିସ୍ଟେମରେ ଏମ୍ . ଏସ୍, ପୁନେ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ. ଏମ୍. ଶିକ୍ଷା ଲାଭ କରିଛନ୍ତି । ତାଙ୍କର ଇ-ସରକାର କ୍ଷେତ୍ରରେ ୨୫ ବର୍ଷର ଅଭିଜ୍ଞତା ଏବଂ ନ୍ୟାୟପାଳିକାରେ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ କରିବାରେ ୨୨ ବର୍ଷର ଅଭିଜ୍ଞତା ରହିଛି ।

    • ଜାତୀୟ ସୂଚନା କେନ୍ଦ୍ରରେ ସାଇଣ୍ଟିଫିକ ଅଫିସର / ଇଞ୍ଜିନିୟର “ଏସ୍. ବି.” ଭାବରେ ୧୯୯୪ ମସିହା ରେ ଯୋଗଦାନ କଲେ ଓ ଜିଲ୍ଲା ସୂଚନା ଅଧିକାରୀ ଭାବରେ ଲାତୂର ଏବଂ ନାନ୍ଦେଡ଼ ରେ କାର୍ଯ୍ୟ କଲେ । ପରବର୍ତୀ ସମୟ ରେ ସେ ଜାତୀୟ ସୂଚନା କେନ୍ଦ୍ର ପୁନେ ରେ ମ୍ୟାନେଜର ଭାବରେ କାର୍ଯ୍ୟ କଲେ ଏବଂ ୧୯୯୮ ମସିହାରେ ନାନ୍ଦେଡ଼ ଜିଲ୍ଲା ଓ ଦୌରାଜଜ୍ କୋର୍ଟ୍ ରେ ଡିସିଆଇଏସ୍ କାର୍ଯ୍ୟକାରୀ କରାଇଥିଲେ ।

    • ୨୦୦୫ ମସିହାରେ ମହାରାଷ୍ଟ୍ରର ଅଦାଲତ ଗୁଡିକ ରେ ମୁକ୍ତ ଉତ୍ସ ପ୍ରଯୁକ୍ତିବିଦ୍ୟା ଉପରେ ସେ ଏକ ମକଦମା ସୂଚନା ପ୍ରଣାଳୀ ବିକଶିତ ଏବଂ କାର୍ଯ୍ୟକାରୀ କରାଇଥିଲେ ।

    • ବର୍ତମାନ ସେ ପୁନେ ଏସ୍.ଡ଼ି.ୟୁ ଜାତୀୟ ସୂଚନା କେନ୍ଦ୍ରର ଇ-କୋର୍ଟ୍ ପ୍ରୋଜେକ୍ଟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।